StoryMirror - Read, Write, Share & Repeat
ମନ କଥାAkshay Ojha · 3 min read · 7.4K readsମନ କଥା -------------------------- ବାହାର ଜାଗା । ସହର ରେ ରୁହେ । ଆଜି ଘରେ ଟିକେ ମନ ମାଲିନ୍ୟ ହେଇ ଗଲା ସ୍ତ୍ରୀ ସୁରଭି ଙ୍କ ସହିତ । ସୁରଭି କଥା ହେଉ ନଥିଲେ । ପିଲାମାନେ ଚୁପ ଚାପ ତାଙ୍କ ରୂମ ରେବସି ପଢୁଥିଲେ । ଆମ ତର୍କ ରେ ବେଳେ ବେଳେ ପିଲାମାନେ ଉଦାସ ହେଇଯାନ୍ତି । ତାଙ୍କ ହସ ଖୁସି ର ମୁଁହା ଛୋଟ ହେଇ ଯାଏ । ଅନାଥ ପରି ଲାଗନ୍ତି । ଦୁହିଁଙ୍କ ପାଖରୁ ଦୁରେଇ ରୁହନ୍ତି । ଏ ଛୋଟ ଛୋଟ ଝଗଡା ର ବିଶେଷ କୌଣସି କାରଣ ନ ଥାଏ । ବେଳେ ବେଳେ କାହା ମନ ଭାରି ଯାଏ । ଆକ୍ଷେପ କରି ଚାଲନ୍ତି ପରସ୍ପରଙ୍କୁ । ବେଳେ ବେଳେ ଏ ସଂସାର କୁ ବୁଝି ହୁଏନା । ପରିବାରକୁ ସୁଖରେ ରଖିବାକୁ ପ୍ରଣ ନେଇଥିବା ଏକ ସଂସାରୀ ଗାଁ, ଘର ମା,ବାପା ସବୁ ତେଯ୍ୟାକରି ଶେଷରେ ନିରାଶ ହେଇ ଯାଏ ଏ ପରି ମନ ମାଲିନ୍ୟ ରେ । ସବୁ ତ୍ୟାଗ କରିବା ନିରର୍ଥ ହେଇଯାଏ । କମ ବୟସରେ ମୁରବି ହେଇ କମ ଅନୁଭବରେ ସବୁକୁ ସମ୍ଭାଳି ପାରେନି । ବାପା ମନେ ପଡ଼ନ୍ତି । ବୋଉ ମନେ ପଡେ । ବଡ କେହିଜଣେ ଥାନ୍ତେ ଏ ଅଡୁଆ ସୁତା କୁ ଠିକ କରି ଦିଅନ୍ତେ । ସୁଖ ଫେରେଇ ଆଣନ୍ତେ । ସୁରଭି ରାଗିଲେ କେଇ ଦିନ କଥା ହୁଅନ୍ତିନି । ପିଲାମାନେ ଦୁଖୀ ରୁହନ୍ତି । ମୁଁ ଚୁପଚାପ ଅଫିସ ଚାଲିଯାଏ । ଭାରି ମନ ନେଇ ଫେରୁ ଅଫିସ ରୁ ଓ ପିଲାମାନେ ସ୍କୁଲ ରୁ, ସୁରଭି ପାଖକୁ । ବହୁତ ସମୟ ମନ କଷ୍ଟ ହୁଏ ସୁରଭି କୁ ଦେଖି ।ମୋ ପିଲାଙ୍କୁ ପାଳନ୍ତି । ଆମ ପାଇଁ ରାତିଦିନ ଘର କାମରେ.ରୋଷେଇ ରେ ବ୍ୟସ୍ତ ରୁହନ୍ତି । ସିଏ ବି ନିଜ ମା ବାପା କୁ ଛାଡ଼ି ମୋ ପାଖରେ ଅଛନ୍ତି। ଏ ମାନମାଲିନ୍ୟ ର ଅର୍ଥ ବୁଝିପାରେନା ମୁଁ । କଣ ପାଇଁ କେତେବେଳେ ସୁରଭି ଙ୍କ ଆତ୍ମା ବିଶ୍ୱାସ ମୋ ପ୍ରତି କମ ହେଇ ଯାଏ ମୁଁ ବୁଝି ପାରେନି । ପୁଣି ସମୟ କ୍ରମରେ ସବୁ ଠିକ ହେଇଯାଏ । ଏ ମୋ ସଂସାର । ଏ ମୋ ଅଭିବ୍ୟକ୍ତି । ଏ ପରିବାର ଠୁ ମୋ ପାଖରେ ବଡ କିଛି ନାହିଁ । ଯାହା ପାଇଁ ମୁଁ ମୋ ମା ଛାଡିଛି । ମା ବୁଢ଼ୀ ହେଇ ଗଲାଣି । ବେମାର ଦେହ ,କେମିତି ଖାଉଥିବ,କେମିତି ରହୁଥିବା ଥରୁଟିଏ ପଚାରି ବୁଝେନି ।ଏ କଠୋର ବଳିଦାନ ପରେ ମୁଁ ମୋ ସଂସାର ଧର୍ମ ପାଳନ କରୁଛି । ଏ ସବୁ ଜାଣି ଥିଲେବି ସୁରଭି ର ରାଗ ଘୁସା ମୋତେ ଆହୁରି ତଳକୁ ନେଇ ଯାଉଛି । ମନେ ଅଛି । ପ୍ରଥମ ଥର ପରିବାର କୁ ନେଇ ସହର ଆସୁଥିଲି । ପୁଅ ବାବୁ,ଝିଅ ରିତା ଓ ସୁରଭି କୁ ସାଙ୍ଗରେ ଧରି ଗାଁରୁ ଆସୁଥିଲି । ଘର ଠୁ ଦୁଇସ ମିଟର ଦୂର ବସ ଧରିବା ରାସ୍ତା । ସାଙ୍ଗରେ ଗୋଡଇ ଗୋଡଇ ଆସିଲା ବୋଉ । ବିଦେଶ ଜାଗା ଏମିତି ଚଳିବ ,ସେମିତି ଚଳିବ ବୁଝେଇ ଚାଲିଥିଲା ବୋଉ ସୁରଭି କୁ । ମୁ ଟିକେ ଅଳସୁଆ,ସମୟରେ ଖାଏନି,ସବୁ ଏଆଡ଼େ ସେଆଡ଼େ ପିଙ୍ଗି ରଖେ କପଡା ପତ୍ର । ଧ୍ୟାନ ଦେବାକୁ କହୁଥିଲା ବୋଉ ସୁରଭିକୁ । ବସ ଆସିଲା । ଆମେ ଚାରିଜଣ ବସ ଧରିଲୁ । ବସ ଆଗକୁ ବଢ଼ିଲା । ମୁ ଝରକାରେ ଲୁହ ଭିଜା ଆଖିରେ ବୋଉ ଠୁ ବିଦା ହୋଉ ଥଲି । ରାସ୍ତା କଡ଼ରେ ଛିଡା ହେଇ ବୋଉ କାନି ରେ ଲୁହ ପୋଛୁଥିଲା । ବସ ମୋଡ ମୋଡିବା ପର୍ଯ୍ୟନ୍ତ ସେ ଆମ ଆଡକୁ ଅନେଇ ଛିଡା ହେଇଥିଲା । ----------ମୋ ଆଖିରୁ ଲୁହ ବୋହି ଯାଉଥିଲା ଭାବି ଭାବି ।
---- ସୁରଭି ଙ୍କ ମନ ପ୍ରାୟ ପରିବର୍ତ୍ତନ ହେଇ ଯାଇ ଥିଲା ବୋଧ ହୁଏ । ରୋଷେଇରୁ ଖୁସି ମନରେ ମୋତେ ଖାଇବାକୁ ଡାକୁ ଥିଲେ । ପିଲା ମାନେ ପ୍ରସନ୍ନ ଦିଶୁଥିଲେ ।
ଅକ୍ଷୟ ଓଝା Akshayika, The Smart Educare Convent School .Gurgaon 9912898050
Inspirational- ଆକବର ବିରବଲ - ୬୭ଓଡିଆ ଶିଶୁ ଗପ · 3 min read · 7.4K readsତହୁଁ ସମ୍ରାଟ୍ ଚାକରକୁ ପ୍ରାଣଭୟ ଦେଖାଇ ଧମକ ଚମକ ଦେବାରୁ ସେ ବିରବଲଙ୍କ କଥା କହିଦେଲା ।Children
- ଦୁର୍ଘଟଣାManorama Hati · 2 min read · 375 readsରୋନା ଭାବୁଥିଲା ଏଇ କିଛି ମାସ ପୂର୍ବରୁ ମା ମାସେ କାଳ କେମିତି ଏଠି ସମୟ ବିତେଇଥିବେ। ଆପଣାର ଲୋକଙ୍କ ବିନା ଜୀଇଁବା ଶରୀର ଯନ୍ତ୍ରଣା ଠାରୁ ଯେ ବଳି ଏକଥା ଏବେ ବୁଝି ପାରୁଛି। କାନ୍ଦି କାନ୍ଦି ମା ଙ୍କୁ ଜାବୁଡି ଧରି କହିଲା-ମା ମୋତେ କ୍ଷମା...Thriller
- ମୁଁ ହାରିଯାଇଛିSudhanjali Mishra · 1 min read · 7.8K readsତାହା ମୋତେ ବହୁତ ଆନନ୍ଦ ଦେବାସହ ମୋର କବିତା ଲେଖାରେଅଭିବୃଦ୍ଧି ଘଟିଥିଲାଯଥା ବିଗ୍ୟାନମେଳା,ବିଦାୟ ସ°ଗୀତ,ବାର୍ଷିକ ଉଛ୍ଛବ ନିମନ୍ତେ ସ୍ୱ।ଗତ ସ°ଗୀତ .Inspirational
- ହୃଦୟର କଥାAjay kumar Behera · 2 min read · 225 readsହଁ ଗୋଟିଏ କଥା ତୁମ ପୁଅର ଅସୁମାରୀ ସ୍ୱପ୍ନ ସିଏ ଦିନେ ପୁରଣ କରିବ ନିଶ୍ଚୟ ଆଉ ଯଦି ଅସମର୍ଥ ହୁଏ ତେ ବେ ତା ପାଇଁ ଦୁଃଖ କରିବନି କି ଅନୁତାପ ବି କରିବନି କାହିଁକି ନା ଧର୍ମପଦ ଭଳି ସେ ବି ହସି ହସି ପରିବାରର ଖୁସି ପାଇଁ ବିଦାୟ ନେବ ।Inspirational
- ସଚେତନତାDr Jharana Satapathy · 3 min read · 125 readsଆଖି ଦେଖି, ପରିଚୟରେ କିମ୍ବା ପୋଷାକ ପତ୍ରରୁ, ଚିହ୍ନିବା କଥା ନଚେତ୍ ମାସ୍କଟି ନିଜ ମୁହଁରୁ ଖୋଲିଲେ ହିଁ ଜାଣିବା କଥା ।ଏ ମାସ୍କଟି ମୁହଁରୁ ଖୋଲିଲେ ହିଁ ଜଣେ ଜଣକୁ ଚିହ୍ନିବା କଥା।Inspirational
Loading…