Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କରି
9 storys
ସବୁଥିରୁ ବଞ୍ଚିତ କରି
Subrat Kumar Muduli · 2 min read · 7.2K reads
ଫରକ ଏତିକି ସେ ଆଖି ନଥାଇ ଅନ୍ଧ ଥିଲା ଆଉ ଜୀବନ ବି କ୍ଷଣିକ ଅଭିନୟରେ ସେୟା । ଅନ୍ଧ ଲୋକଟି ମନ୍ଦିର ଆଗରେ ଭିକ ମାଗୁଥିବାବେଳେ ଜୀବନ ଆଖି ବନ୍ଦକରି ଜୀବନରେ ପ୍ରଥମ ଥର ପାଇଁ ଭକ୍ତି ସହକାରେ ଭିକ ମାଗୁଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗରେ । ଅନ୍ଧ ଲୋକଟି ମାଗୁଥିଲା ନିଜର ଭୋକ ମେଣ୍ଟାଇବା ପାଇଁ ଆଉ ଜୀବନ ବି ସେମିତି ଖାଲି ଯାହା ତା’ର ଭୋକ ଥିଲା କଞ୍ଚାମାଂସର । ପଡିଶା ଝିଅ ପାଇଁ ତା’ର କାମନା ଲୋଭରେ ସେ ସିନା ତା’ ବାପା ମା’ଙ୍କୁ ଟଙ୍କା ପଇସା ଦେଇ ଫସେଇ ଦେଇଥିଲା ହେଲେ ଝିଅର ଦେହକୁ କୌଣସି ବାହାନାରେ ଏ ପର୍ଯ୍ୟନ୍ତ ଛୁଇଁ ପାରିନଥିଲା । ସେ ଜାଣେ ତା’ର ଲୋଭ ଥିଲା ଝିଅଟିର ଦେହ ପାଇଁ ହେଲେ ତା’ ପ୍ରତି ଜୀବନର ଏକ ତରଫା ଅନ୍ଧ ଭଲ ପାଇବା ଯୋଗୁଁ ସେ ତା’ ଆଗରେ ପ୍ରତି ମୁହୂର୍ତ୍ତରେ ସାଜୁଥିଲା ଜିଅନ୍ତା ଶବ । ଜୀବନ ଦି’ ଦିନ ଆଗରୁ ସ୍ଵପ୍ନ ଦେଖିଥିଲା ଝିଅଟିର ନାଁରେ କଳ୍ପବଟରେ ଡୋରି ବାନ୍ଧିଲା । ବେଢା ବୁଲିଲା ଅବଢା ଖାଇଲା ଆସ୍ତେ ଆସ୍ତେ ମନ ପବିତ୍ର ହେଲା ଜୀବନର । ଏବେ ମନେ ମନେ ଝିଅଟି ଲାଗୁଥିଲା ସତେ ଯେମିତି ତା’ର ଜନ୍ମ ଜନ୍ମାନ୍ତର ସାଥି । ମନେ ମନେ ପାଞ୍ଚିଲା ଜୀବନ ଏ ଥର ମନକଥା ଖୋଲି କହିବ ଯଦି ସେ ମନାକଲା ସତ ସତିକା ତା’ ଭାଇ ହୋଇଯିବ ସାରା ଜୀବନ ପାଇଁ । ମନ୍ଦିରରୁ ବାହାରିଲା ଜୀବନ,ଗଲା ବେଳେ ଅଣଦେଖା କରିଥିବା ଅନ୍ଧ ଭିକାରିକୁ କିଛି ଦାନ କରିବାକୁ ପକେଟରେ ହାତ ପୁରାଉ ପୁରାଉ ବାଜି ଉଠିଲା ତା’ ମୋବାଇଲ ଫୋନ । ସେପଟୁ ସେଇ ଝିଅଟି ଫୋନ କରିଥିଲା ଆଉ କହୁଥିଲା .....ସମୀର ସହ ଅବୈଧ ସମ୍ପର୍କ ଯୋଗୁଁ ମୁଁ ଗର୍ଭବତୀ ସେ ମନାକଲାରୁ ସହି ପାରିଲିନି ବିଷ ପିଇଦେଲି ଆଜି ଠାରୁ ବାପା ମା’ ତମକୁ ଲାଗିଲେ ଭାଇ । ଜୀବନ ବଡବଡ ପାଟିରେ କ’ଣ ସବୁ ପାଗଳଙ୍କ ପରି ଗପି ଚାଲୁଥିଲା ଆଉ ଆସ୍ତେ ଆସ୍ତେ ନରମି ଯାଉଥିଲା ଝିଅଟିର କଣ୍ଠସ୍ଵର । ଲୁହର ପରଳରେ କିଛିକ୍ଷଣ ପାଇଁ ଜୀବନ ସିନା ସାଜିଥିଲା ଅନ୍ଧ କିନ୍ତୁ ଆଜୀବନ ଅନ୍ଧ ଭିକାରି ଜଣକ ସେତେ ବେଳ ଠାରୁ ନିର୍ବିକାର ଭାବେ ଏକ ଲୟରେ ମନ୍ଦିର ଆଡେ ମୁହଁ କରି ଗାଉଥିଲେ ସେଇ ଭାବପୂର୍ଣ ଗୀତ .......ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡାଇବ ହେ ।
Inspirational
ସମ୍ପର୍କର ହିସାବ
Kulamani Sarangi · 2 min read · 163 reads
ସୁନୀତା କହିଲେ..ଆଉ ତୁମକୁ ପାଠ ପଢେଇ ମଣିଷ କରିବା ଖର୍ଚ୍ଚଟା ?
Tragedy
କଥା କାଦମ୍ବରୀ(୧୦୬)ଧୃତରାଷ୍ଟ୍ର
Kulamani Sarangi · 4 min read · 170 reads
କଥା କାଦମ୍ବରୀ(୧୦୬)ଧୃତରାଷ୍ଟ୍ର
Classics
ମହାଭାରତ (୫୪)- 'ଦ୍ରୗପଦୀ ବିବାହ'
ମହାଭାରତ (୫୪)- 'ଦ୍ରୗପଦୀ ବିବାହ'
Krupasindhu Mishra · 1 min read · 7K reads
ମଙ୍ଗଳଵାଦ୍ୟରେ ପାଞ୍ଚାଳ ରାଜଧାନୀ ଶବ୍ଦାୟିତ ହେବାରେ ଲାଗିଲା । ଦ୍ରୁପଦ ରାଜନବର ଓ କୁରାଳଶାଳ ମଧ୍ୟରେ ସଂଯୋଗକାରୀ ଛାୟାମଣ୍ଡପ ନିର୍ମିତ ହେଲା ।
Thriller
ସଫଳତାର ସ୍ୱାଦ
Satyabati Swain · 5 min read · 150 reads
ମୁଁ ଯେଉଁ ଦୁଃଖ ଅସହାୟତା ମଧ୍ୟରେ ଗତି କରିଛି,ପାଗଳ ପରି ହୋଇଛି, ଆଉ ଜଣେ ଏମିତି ନ ଭୋଗୁ ଏ ଚେଷ୍ଟା ରେ ଅଛି।
Inspirational
ଲକ୍ଷ୍ମଣ ଗାର
Satyabati Swain · 4 min read · 207 reads
ମୁଁ ନିଜକୁ କୌଣସି ଦିନ ଝିଅ କି ପୁଅ ଭାବି ନାହିଁ।ନିଜକୁ ଜଣେ ମଣିଷ ଭାବିଛି।ମୋ ବାପା ମାଙ୍କର ମୋ ଛଡା କେହି ଆଗକୁ ନାହାନ୍ତି କି ପଛକୁ ନାହାନ୍ତି।
Inspirational
Loading…
Next page →