StoryMirror - Read, Write, Share & Repeat- ସୁଇଗି ବିରିୟାନିNityananda Nandi · 3 min read · 184 readsସେମାନେ ପ୍ଲାଷ୍ଟିକ, ପଲିଥିନ ଅଳିଆ, ଆବର୍ଜନା ଗୋଟେଇ ଗୋଟେଇ ନିଜର କୈଶୋରକୁ ହଜେଇ ଦିଅନ୍ତି ତା'ରି ଭିତରେ। ବେଗ ପୂରା ନ କରି ପାରିଲେ ତେଣେ ଖାଇବା ବନ୍ଦ, ଉପରେ ମଦୁଆ ବାପା ମାଙ୍କ ଅତ୍ୟାଚାର। କେବେ କେଉଁଠି ଗଣ୍ଡେ ଖାଇବାକୁ ଯଦି ମିଳିଯାଉଥିବInspirational

ଗରିବAkshay Ojha · 2 min read · 14.7K reads
ଅଳ୍ପ ଅଳ୍ପ ଗଳ୍ପ ଗରିବ --------- ବୁଢା ଟା ବିଡି ପିଉଥିଲା । ବୁଢ଼ୀ ଟି ପାଟି ବୁଲାଉ ଥିଲା,କଣ ଖାଉ ଥିଲା ସିଏ ଜାଣେ । ଦଳେ ଛୁଆ ନିଆଁ କୁ ବେଢ଼ି ହେଇ ସେକି ହେଉଥିଲେ । ଧୂଆଁ ଧୂଆଁ ହେଇ ପଡ଼ିଥିଲା ମଣିଷ ବସ୍ତି ଟା ।କିଏ କାହାକୁ କଣ କହୁଥିଲା,କିଏ କାହାଠୁ କଣ ଶୁଣୁଥିଲା ।କିଏ ବେଳୁନ ଫୁଲାଇ ରେଡ଼ light ରେ ବିକି ବାକୁ ତିଆରି କରୁଥିଲା । କିଏ ଖେଳନା ବିକି ବାକୁ ତିଆରି ହେଉ ଥିଲା । କିଏ ବିକଳାଙ୍ଗ ଙ୍କ ଠେଲା ଗାଡି ରେ ବସି ବାହାରି ଥିଲା red light ରେ ପେଟ ଭୋକ ସମ୍ଭାଳିବା ପାଇଁ । ପ୍ରାୟ 50-60 ଜଣ ଲୋକଙ୍କର ଏ ଗୋଷ୍ଠୀ 4-7 divider ରେ କେଉଁ କାଳରୁ ପଡି ରହିଥିବାର ଦେଖିବାକୁ ମିଳେ । ମୁଁ jay cinema ର red light ଯେବେ ରୁକେ ଥରେ ଜରୁର ନଜର ପକାଏ ଏ ମଣିଷ ସମୂହ କୁ । ଏମାନେ 45 ଡ଼ିଗ୍ରୀ temperature ର ଗରମ ହଵା ରେ ,ଘୋର ବର୍ଷା ରେ ପଲିଥିନ ତଳେ ଓ 5 ଡେଗ୍ରୀ temperature ର ଘନ କୁହୁଡ଼ି ପରଦା ତଳେ ଛିଣ୍ଡା କପଡା,ଅଖା ଘୋଡେଇ ପଡି ରହି ଥିବାର ଦେଖେ,ଜୋର ଜୋର ଚିଲେଇ କଥା ହେଉ ଥିବାର ଦେଖେ । ମେଳା ହୋଇ ଜଳେଇ ପୋଡି ଖାଉ ଥିବାର ଦେଖେ । ଛୁଆ ମାନେ ଖେଳୁ ଥିବାର ଦେଖେ । ଚଳଚଂଚଳ ଦୁନିଆ ରୁ ବେଶ ଦୂର,କୌଣସି ଫରକ ପଡନା ସେମାନଙ୍କୁ । କିଏ ପୁରୁଣା କପଡା ବାଣ୍ଟି ବାକୁ ଆସେ । କିଏ କାଲିର ବଳକା ବାସି ଖାଦ୍ୟ । ଧର୍ମ କମେଇବା ସ୍ୱାର୍ଥ ରେ ବାଣ୍ଟି ଦେଇଯାଏ । ବାଣ୍ଟି ବା ବାଲା କୁ ଘେରି ଯାନ୍ତି କୁକୁର ମାଙ୍କଡ ପରି । ବାବୁ ମତେ ଦେ । ବାବୁ ମତେ------- ମୁଁ ଶୁଣି ଆସୁଛି ,ସରକାର ଙ୍କ ତରଫରୁ ଲକ୍ଷ୍ୟ ଧିକ ଟଙ୍କା ଗରିବଙ୍କ ସହାୟତା ପାଇଁ ସଂସ୍ଥା ମାଧ୍ୟମ ରେ bank deposit ର ଖେଳ ଚାଲିଛି ।face book,whats app ,news paper ଗରିବଙ୍କ ଫୋଟୋ,ଗରିବଙ୍କ ସହାୟତା ର ବିଜ୍ଞାପନ ଲାଗିଛି କିନ୍ତୁ ଏ ଗରିବଙ୍କୁ କେହି କେବେ ସହାୟତା କରିବାର ଦେଖିନାହିଁ । ଗରିବଙ୍କ ଉଦ୍ଧାର ଲାଗି ଆମଦେଶ ରେ ପକ୍କା କାଗଜ ରେ ମାନ୍ୟତାପ୍ରାପ୍ତ ସଂସ୍ଥା ହେଉଛି।କିଛି ଚତୁର ମଣିଷ ଲୁଟିବାର ସୁଯୋଗ ଖୋଜନ୍ତି। ଗରିବ ଭୋକରେ ମରନ୍ତି ।
ଅକ୍ଷୟ ଓଝା Akshayika, The Smart Educare Convent School,Gurgaon.9911898050
Inspirational- ବନ୍ଧୁPadmalaya Mishra · 3 min read · 14.6K readsସେ କାହାକୁ ଅଣହେଳା କରେନି। ସେ ଭାବର ଠାକୁର। ଭକ୍ତର ମନବାଞ୍ଚା ନିଶ୍ଚୟ ପୂର୍ଣ୍ଣ କରେ। ସୁଲଗ୍ନା ସମର୍ପି ଦେଇଛି ନିଜକୁ କାଳିଆ ପାଖରେ। ଆଶା ସେ ନିଶOthers
- କ୍ରୋଧDr Jharana Satapathy · 1 min read · 7.5K readsଏକାଥରକେ କହିଚାଲିଲା ମନ ଦୁଃଖ କରନି ମାମା ମୁଁ ଆଉ ରାଗିବିନି । ସକାଳୁ ସକାଳୁ ନିତ୍ୟକର୍ମ ସାରି ଜଣେ ଭଲପିଲା ହୋଇ ସ୍କୁଲ ଚାଲିଲା.......Others
- ମାଆ ର ମମତାAkshayakumar Dash · 2 min read · 523 readsରାଧିକା ଖୋଜିଖୋଜି ପହଁଚିଲା ।ବିକଳହୋଇ ଛୁଆଙ୍କ ପିଠି ଲାଞ୍ଜ ଅଣ୍ଡାଳି ପକେଇଲା ।Tragedy
- ଇନଫେକ୍ସନ୍Kumari Sagarika None · 1 min read · 1.6K readsପିଲାମାନଙ୍କୁ ବାହାରକୁ ଛାଡିଲେ ହିଁ ସେମାନଙ୍କର ରେଜିଷ୍ଟାନ୍ସ୍ ପାୱାର୍ ବଢିବ l’
କ’ଣ କରିବା ଆଉ ନ କରିବାର ଦ୍ୱନ୍ଦ୍ୱ ଭିତରେ ସୋନି lInspirational
Loading…