StoryMirror - Read, Write, Share & Repeat- କୁଲିPravanjan Dash · 3 min read · 335 readsବୟସ ପାଖାପାକି ସତୁରୀ ଉପରେ ହେବ, ଅଣ୍ଟା ନଇଁ ପଡ଼ିଲାନି, ଗୋଡ଼ ହାତର ଚମ ଧୁଡୁଧୁଡୁ ହେଉଛି, ଦେହରେ ଚିରାTragedy

ଗରିବAkshay Ojha · 2 min read · 14.7K reads
ଅଳ୍ପ ଅଳ୍ପ ଗଳ୍ପ ଗରିବ --------- ବୁଢା ଟା ବିଡି ପିଉଥିଲା । ବୁଢ଼ୀ ଟି ପାଟି ବୁଲାଉ ଥିଲା,କଣ ଖାଉ ଥିଲା ସିଏ ଜାଣେ । ଦଳେ ଛୁଆ ନିଆଁ କୁ ବେଢ଼ି ହେଇ ସେକି ହେଉଥିଲେ । ଧୂଆଁ ଧୂଆଁ ହେଇ ପଡ଼ିଥିଲା ମଣିଷ ବସ୍ତି ଟା ।କିଏ କାହାକୁ କଣ କହୁଥିଲା,କିଏ କାହାଠୁ କଣ ଶୁଣୁଥିଲା ।କିଏ ବେଳୁନ ଫୁଲାଇ ରେଡ଼ light ରେ ବିକି ବାକୁ ତିଆରି କରୁଥିଲା । କିଏ ଖେଳନା ବିକି ବାକୁ ତିଆରି ହେଉ ଥିଲା । କିଏ ବିକଳାଙ୍ଗ ଙ୍କ ଠେଲା ଗାଡି ରେ ବସି ବାହାରି ଥିଲା red light ରେ ପେଟ ଭୋକ ସମ୍ଭାଳିବା ପାଇଁ । ପ୍ରାୟ 50-60 ଜଣ ଲୋକଙ୍କର ଏ ଗୋଷ୍ଠୀ 4-7 divider ରେ କେଉଁ କାଳରୁ ପଡି ରହିଥିବାର ଦେଖିବାକୁ ମିଳେ । ମୁଁ jay cinema ର red light ଯେବେ ରୁକେ ଥରେ ଜରୁର ନଜର ପକାଏ ଏ ମଣିଷ ସମୂହ କୁ । ଏମାନେ 45 ଡ଼ିଗ୍ରୀ temperature ର ଗରମ ହଵା ରେ ,ଘୋର ବର୍ଷା ରେ ପଲିଥିନ ତଳେ ଓ 5 ଡେଗ୍ରୀ temperature ର ଘନ କୁହୁଡ଼ି ପରଦା ତଳେ ଛିଣ୍ଡା କପଡା,ଅଖା ଘୋଡେଇ ପଡି ରହି ଥିବାର ଦେଖେ,ଜୋର ଜୋର ଚିଲେଇ କଥା ହେଉ ଥିବାର ଦେଖେ । ମେଳା ହୋଇ ଜଳେଇ ପୋଡି ଖାଉ ଥିବାର ଦେଖେ । ଛୁଆ ମାନେ ଖେଳୁ ଥିବାର ଦେଖେ । ଚଳଚଂଚଳ ଦୁନିଆ ରୁ ବେଶ ଦୂର,କୌଣସି ଫରକ ପଡନା ସେମାନଙ୍କୁ । କିଏ ପୁରୁଣା କପଡା ବାଣ୍ଟି ବାକୁ ଆସେ । କିଏ କାଲିର ବଳକା ବାସି ଖାଦ୍ୟ । ଧର୍ମ କମେଇବା ସ୍ୱାର୍ଥ ରେ ବାଣ୍ଟି ଦେଇଯାଏ । ବାଣ୍ଟି ବା ବାଲା କୁ ଘେରି ଯାନ୍ତି କୁକୁର ମାଙ୍କଡ ପରି । ବାବୁ ମତେ ଦେ । ବାବୁ ମତେ------- ମୁଁ ଶୁଣି ଆସୁଛି ,ସରକାର ଙ୍କ ତରଫରୁ ଲକ୍ଷ୍ୟ ଧିକ ଟଙ୍କା ଗରିବଙ୍କ ସହାୟତା ପାଇଁ ସଂସ୍ଥା ମାଧ୍ୟମ ରେ bank deposit ର ଖେଳ ଚାଲିଛି ।face book,whats app ,news paper ଗରିବଙ୍କ ଫୋଟୋ,ଗରିବଙ୍କ ସହାୟତା ର ବିଜ୍ଞାପନ ଲାଗିଛି କିନ୍ତୁ ଏ ଗରିବଙ୍କୁ କେହି କେବେ ସହାୟତା କରିବାର ଦେଖିନାହିଁ । ଗରିବଙ୍କ ଉଦ୍ଧାର ଲାଗି ଆମଦେଶ ରେ ପକ୍କା କାଗଜ ରେ ମାନ୍ୟତାପ୍ରାପ୍ତ ସଂସ୍ଥା ହେଉଛି।କିଛି ଚତୁର ମଣିଷ ଲୁଟିବାର ସୁଯୋଗ ଖୋଜନ୍ତି। ଗରିବ ଭୋକରେ ମରନ୍ତି ।
ଅକ୍ଷୟ ଓଝା Akshayika, The Smart Educare Convent School,Gurgaon.9911898050
Inspirational- ହାପି ଏଣ୍ଡିଙ୍ଗ୍Subrat Kumar Muduli · 1 min read · 7.3K readsବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ?
ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ ।
ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି ।
ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି
ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ ।
ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।Others
- ଜହ୍ନମାମୁଁ -142ଓଡ଼ିଆ ଗଳ୍ପ ଓ କବିତା - ୧ · 3 min read · 7.5K readsସୌଦାଗର ପଚାରିଲେ “କେତେ ଖର୍ଚ୍ଚ ହେବ?” ତହୁଁ ପୂଜକ ଉତ୍ତର ଦେଲେ “ଶହେ ସ୍ୱର୍ଣ୍ଣ ମୁଦ୍ରା ।” ସୌଦାଗର ତାଙ୍କୁ ସଙ୍ଗେ ସଙ୍ଗେ ସେତକ ମୁଦ୍ରା ଧରାଇ .Children
- ପୁଅଙ୍କ ପାଇଁ ବୁଢାର ଧନଓଡିଆ ଶିଶୁ ଗପ · 1 min read · 7.8K readsପୁଅମାନେ ସେଗୁଡିକ ବିକ୍ରି କରି ଯଥେଷ୍ଟ ଟଙ୍କା ପାଇଲେ ଏବଂ ବେଶ୍ ସୁଖରେ ରହିଲେ । ବୁଢା କଥା ବି ସତ ହେଲା ।Children
- ଗାଦୁଡୁ ବୁଢାଓଡ଼ିଆ ଗଳ୍ପ ଓ କବିତା - ୨ · 2 min read · 7.8K readsବୁଢା କିନ୍ତୁ ଏକୁଟିଆ ନଥିଲା | ତା ଘରେ ଥାନ୍ତି ପଳେ ଛେଳି , ପଲେ କୁକୁଡା ଆଉ ବତକ | ଦିନ ରାତି ବୁଢା ଜଗିଥାଏ ଛେଳି , କୁକୁଡା ଆଉ ବତକଙ୍କ୍ନୁ |Children
Loading…