Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଦୁହିତା
16 storys
ଦୁହିତା
Subrat Kumar Muduli · 2 min read · 14.3K reads
ଲାଜ ନାରୀର ଭୂଷଣ ….. ବାପାଙ୍କର ଏଇ ପଦିଏ କଥା ବାରମ୍ବାର କାନରେ ବାଜୁଥିଲା ସଙ୍ଗୀତାର । ଚାହୁଁ ଚାହୁଁ ବାହାହୋଇ ଘର ଛାଡି ଆସିବାର ଚାରିଦିନ ହେଲାଣି । ଆଜି ବୋଉ କଥା ଭାରି ମନେ ପଡୁଛି ସତରେ ବୋଉ ବଞ୍ଚିଥିଲେ ହୁଏତ ଓଡିଆ ଘରର ପରମ୍ପରାକୁ ସେ ବହୁତ ଆଗରୁ ଜାବୁଡି ଧରି ପାରିଥାଆନ୍ତା । କିଛି ବି ଶିଖିନି ସଙ୍ଗୀତା ଆଉ ବାରହାତ ଶାଢୀ ଭିତରେ ଜୀବନ ତାକୁ ଭାରି ଅଣନିଶ୍ଵାସୀ ଲାଗୁଥିଲା ତଥାପି ସେ ନିଜ ମନକୁ ବୁଝେଇ ଦେଇଥିଲା ଯେ ଅଷ୍ଟମଙ୍ଗଳା ପରେ ସ୍ଵାମୀଙ୍କ ସହ ଦିଲ୍ଲୀ ଗଲା ପରେ ସେ ଟିକେ ଶାନ୍ତିରେ ନିଶ୍ଵାସ ମାରିବ । ଆଜି ରିସେପ୍ସନ ମାଇକ ବାଜିଲାଣି ବାଡି ପଟୁ ଭାସି ଆସୁଛି ସ୍ଵାଦିଷ୍ଟ ବ୍ୟଞ୍ଜନର ବାସ୍ନା ସ୍ଵାମୀ ନିବାସ ମଝିରେ ମଝିରେ ସଙ୍ଗୀତା ପାଖକୁ ଆସି ତାକୁ ବାଆଁରେଇ ଦେଖୁଛନ୍ତି । ସଙ୍ଗୀତାର କିନ୍ତୁ ମନ ବୁଝୁନଥିଲା ଆଖିରେ ନାଚୁଥିଲା ତା’ର ଅବିହାଡି ରୂପ ଜିନ୍ସ ସ୍କଟ ସାଙ୍ଗକୁ ଟି ସାର୍ଟର କଥା ଏବଂ ସାଙ୍ଗମାନଙ୍କ ସହ ମଉଜ ମଜଲିସର ଦିନ । ବାପାଙ୍କ କଥାକୁ ସମ୍ମାନ ଦେଇ ସେ ଖାଲି ଯାହା ଅଭିନୟ କରୁଥିଲା ଏକ ନବ ବିବାହିତା ସଂସ୍କାରୀ ଲାଜକୁଳୀ ଓଡିଆଣୀ ବୋହୁର । ରାତି ଅନେକ ହେଲାଣି ଭିଡ ବି କମି ଗଲାଣି ହଠାତ ସଙ୍ଗୀତା କାନରେ ପଡିଲା ଆର ଘରେ କେହି ଜଣେ ତା’ ଶାଶୁଙ୍କୁ କହୁଥିଲେ ....ସତରେ ବୋହୁ ତମର ଭାରି ଲାଜକୁଳୀ ଖାଣ୍ଟି ଓଡିଆଣୀ ଏତେ ପଢୁଆ ହୋଇ ବି ସେ ଭୁଲିନି ଓଡିଆ ପରମ୍ପରାକୁ । ଏକ ଲୟରେ ଆଇନାକୁ ଚାହିଁଲା ସଙ୍ଗୀତା ତା’ର ରୂପକୁ ନିରେଖି ଦେଖିଲା ସତରେ ସେ ଓଡିଆଣୀ ବୋହୁ ବେଶରେ ଏତେ ସୁନ୍ଦର ଦେଖା ଯାଉଛି ବୋଲି ଆଗରୁ କେବେ ବି ଭାବି ନଥିଲା । ଭାଉଜ କୁଳଦୀପ ସଜାଡୁଥିଲେ ଲାଜରେ ଭିଜୁଥିଲା ସଙ୍ଗୀତା ଏଥର କିନ୍ତୁ ଅଭନୟରେ ନୁହେଁ ସତ ସତିକା,ମନେ ମନେ ବାପାଙ୍କୁ କହୁଥିଲା .... ମୁଁ ହାରି ଯିବିନି ବାପା ମା’ ସିନା ଶିଖେଇ ପାରିଲାନି ମୁଁ କିନ୍ତୁ ଆଜିଠାରୁ ଶପଥ ନେଉଛି ଆଉ କେବେ ବି ଜିନ୍ସ ପିନ୍ଧିବିନି ଖାଣ୍ଟି ଓଡିଆଣୀ ହୋଇ ଶାଢୀପିନ୍ଧି ମଥାରେ ସିନ୍ଦୁର ନାଇ ତୁଳସୀ ଚଉରା ମୂଳେ ପାଣିଦେଇ ସବୁ ଦିନେ ମନାସିବି ଦୁଇ କୁଳର ସୁଖ କାରଣ ମୁଁ ଆଉ ମୁଁ ନୁହେଁ ଆଜିଠାରୁ ମୁଁ ହେଲି ଦୁଇ କୁଳର ହିତା ଦୁହିତା ।
Others
ଦୁହିତା
Jagabandhu Sahu · 2 min read · 2K reads
ବାପା ଘର ଖେଳ ଅଳ୍ପ ଦିନ ପାଇଁ ଶାଶୁଘରେ କଟେ ଦିନ ଦୁଇ କୁଳର ସେ ହିତ କରେ ବୋଲି ଦୁହିତା ଅଟେ ତା ନାମ
Others
ଦୁହିତା ଜନମ
Dr Jharana Satapathy · 3 min read · 2.4K reads
ମୋତେ ନାତିଟିଏ ଦେଲାନି। ପଡିଶା ଘର ମଲ୍ଲୀ ନାନିର ବୋହୁର ପୁଅଟିଏ ହୋଇଛି ତାର କି ଭାଗ୍ୟ ।ହଇଲ ଗେଣ୍ଡୁ ବଉ ଆଲୋ ଶୁଣୁ କି ଫଟା କପାଳ ମୋର...
Inspirational
ପ୍ରୀତିପର୍ଣ୍ଣା
Satyaprakash Sethy, M. A(UGC NET) · 5 min read · 3K reads
ପ୍ରୀତିପର୍ଣ୍ଣାକୁ ଯେମିତି ଶ୍ରେଣୀ ଗୃହ ଭିତରେ କଣେଁଇ କଣେଁଇ ବାରମ୍ବାର ଚାହିଁ ହେବ, ସେହିଭଳି ଗୋଟେ ଦୂରତା ଓ ସହଜେ ଦର୍ଶନ କରି ହେଲା ଭଳି ଜାଗା...
Inspirational
ଦୁହିତା
Prasanta kumar Hota · 7 min read · 2.5K reads
ବାପା ରମେଶ ଦାସ ଖ୍ୟାତି ପ୍ରାପ୍ତ ଶିକ୍ଷକ ପାଖରେ ଠିଆ ହେଇଥିଲେ। ନିଜକୁ ସମ୍ଭାଳି ପାରିଲେ ନାହିଁ। ସୀମାର ଉତ୍ତର ଦେବେ ବୋଲି ବ୍ୟସ୍ତ ହେଉଥିଲେ।
Inspirational
ଅଭିଶପ୍ତା ନୁହେଁ ସେ ଦୁହିତା
Paramita Mishra · 10 min read · 2.7K reads
ବୋଉ କୁ ଆସି ସବୁକଥା କହିଲି ତ ମୋ ବୋଉ କହିଲା ଖାଲିରେ କଣ ଝିଅ ମାନଙ୍କୁ ଦୁହିତା କୁହାଯାଇଛି।ଏଇ ଶକ୍ତି ଠାକୁରେ କେବଳ ଝିଅ ଠେଁ ହିଁ ଦେଇଛନ୍ତି।
Inspirational
Loading…
Next page →