Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ନିରୀହା
1 storys
ରଙ୍ଗେଇନାନୀର ଅଭିଶାପ
ବି. ନିରୁପମା · 5 min read · 236 reads
ବାସ, ନାନୀର ବଚନ ସତ ହେଲା । ଦୁଇଦିନ ପରେ ଛାଡ଼ଖାଇରେ ସେ ଛେଳି ବଳି ପଡ଼ିଲା । ଆଉଥରେ ମଦନ କକେଇ ଝିଅ ଚମେଲି ଦିନ ଦ୍ବିପହରେ ଲୁଚି ଲୁଚି ନାନୀର ବାଡିରୁ ପିଜୁଳି ତୋଳି ଖାଉଥିଲା । ମୁଣ୍ଡଫଟା-ଢୁ ଢୁ ଖରାରେ ବି ନାନୀ-ତୁଚ୍ଛା ବଗିଚାଟାରେ ମଝିରେ ମଝିରେ ଆସି ନଜର ପକାଏ । ସେଦିନ ଚମେଲି ଉପରେ ତା'ର ଦୃଷ୍ଟି ଯେମିତି ପଡ଼ିଯାଇଛି,ଛାଡ଼ିଲା ଗୋଟାଏ କିିଳିକିଳା ରଡ଼ି । " ହଇଲୋ ହେ ଅଣ୍ଡିରି ଚଣ୍ଡୀ ,ତୋର ଏଡ଼େ ବହପ ,ମୋଅରି ବାଡ଼ିରେ ପଶି ,ଦିନ ଦିପହରେ ଗଛରେ ଚଢ଼ି ଚୋରି କରୁଛୁ ! ଦେଖିବୁ ରହ,ଯୋଉ ହାତରେ ମୋ ଗଛର ଡାଳ, ଫଳ ଛିଣ୍ଡେଇ ନଷ୍ଟ କରିଛୁ-ସେଇ ହାତଟା ତୋର ରଟକିନା ଭାଙ୍ଗିଯିବ। " ରଙ୍ଗେଇନାନୀର ତୁଣ୍ଡରୁ କଥା ଛିଡ଼ିନି-ଅସାବଧାନତାରୁ ହେଉ ବା ନାନୀର ଗର୍ଜନରେ ଚମକିପଡ଼ି ହେଉ ଚମେଲି ଗଛରୁ ଭୁସକିନା ଗଳି ପଡ଼ିଲା । ସେଇଠି ଡାଳ ବାଜି ତା' ହାତଟା ଭାଙ୍ଗିଗଲା । ଆଉ ହାତରେ ପଟି ବାନ୍ଧି, ବେକରେ ଝୁଲେଇ ଦୁଇ ମାସ ଯାଏ ଯେଉଁ କଷ୍ଟ ଭୋଗିଛି ଚମେଲି, ନାନୀର ଅଭିଶାପକୁ ସିଏ କେବେ କଣ ଭୁଲି ପାରିବ!
Drama