StoryMirror - Read, Write, Share & Repeat- କି ପ୍ରୟୋଜନ....?Sriman Bapu · 4 min read · 536 readsମଣିଷ ନା ଫୁଲକୁ ଭଲ ପାଏ ନା ପ୍ରଜାପତିକୁ । ସେ ଭଲ ପାଏ କେବଳ ଆଉ କେବଳ ନିଜ ସ୍ୱାର୍ଥକୁ । ଅପୂଜା ଅଲୋଡ଼ା ଆଉ ଅଦରକାରୀ ଫୁଲର ତା' ବାଡ଼ି ବଗିଚାରେ ବିଶେଷ ସ୍ଥାନ ନାହିଁ ।Inspirational

ରକ୍ତପିପାସୁSaswat Routroy · 11 min read · 815 readsମାଳତୀ ଜାଣିଛି ପଳାଶର ଅତୀତ ବିଷୟରେ, ମୋହିନୀ ଆଉ ତା ମୃତ୍ୟୁ ବିଷୟରେ। ପଳାଶ ଜାଣିଛି ମାଳତୀର ଚରିତ୍ରକୁ- ସରଳ, ଅତିଥିବତ୍ସଳ, ଦୟାଳୁ ଆଉ ସାହାଯ୍ୟକାରୀ ଜଣେ ମଣିଷ। ଗରିବ ଲୋକଙ୍କୁ ଭୋଜନ କରେଇବା ହୋଉ, କି ନିୟମିତ ରକ୍ତଦାନ ହୋଉ, ସର୍ବଦା ଲୋକଙ୍କୁ ସାହାଯ୍ୟ କରିବାରେ ସିଏ ପ୍ରସ୍ତୁତ। ଏଇ ସେଦିନର କଥା; କାହାର ବି-ନେଗେଟିଭ ରକ୍ତ ଦରକାର ଥିଲା କିନ୍ତୁ ରକ୍ତଦାତା ମିଳୁ ନ ଥିଲା। ମାଳତୀର ନିଜର ରକ୍ତ ଏ-ନେଗେଟିଭ, ସେଥିପାଇଁ ସିଏ ଦେଇ ପାରିବନି। ପଳାଶ ସମ୍ଭବ ହୋଇଥିଲେ ରକ୍ତଦାନ କରିଥାନ୍ତା- ହେଲେ ତା ବ୍ଲଡଗ୍ରୁପ ଏ-ପଜିଟିଭ। ଧୀରେ ଧୀରେ ନିଜ ରୂପ ଆଉ ଚରିତ୍ର ଯୋଗୁ, ପଳାଶର ହୃଦୟରେ ଉପାସ୍ୟ ପ୍ରତିମା ହୋଇ ଯାଇଥିଲା ମାଳତୀ।
ଦିନେ ପଳାଶ ହିଁ ନିଜ ଆଡ଼ୁ କଥାଟା ପକେଇଲା, ଆଉ ତାକୁ ଆଶ୍ଚର୍ଯ୍ୟଚକିତ କରି ତାର ପ୍ରସ୍ତାବରେ ରାଜି ହୋଇ ଗଲା ମାଳତୀ। ଶୁଭମୁହୂର୍ତ୍ତ ଦେଖି ସେମାନେ ଆର୍ଯ୍ୟସମାଜ ରୀତିରେ ବାହା ହୋଇ ଗଲେ ଦିନେ।
ରୂପବତୀ ସ୍ତ୍ରୀର ହାତ ଧରି, ପଳାଶ ହରିନାରୟଣଙ୍କ- ମାନେ ମାଳତୀ ଘରକୁ ପ୍ରବେଶ କଲା। ବାହା ପରେ ଭଡ଼ାଘରେ ରହିବାର ମାନେ ନାହିଁ। ଚିକିତ୍ସକ ମହାଶୟଙ୍କୁ ବାକି ଟଙ୍କା ଦେଇ ନିଜ ଜିନିଷପତ୍ର ନେଇ ସିଏ ମାଳତୀ ବସାକୁ ଚାଲି ଆସିଲା। ନୂଆ ଜୀବନର ବହୁତଗୁଡ଼େ ସ୍ୱପ୍ନ ନେଇ ଘର ସଜେଇଛି ମାଳତୀ। ପ୍ରଥମ ରାତିରେ ସ୍ୱାମୀ ପାଇଁ ନିଜ ହାତରେ ବନେଇଛି ସୁସ୍ୱାଦୁ ସବୁ ଲୋଭନୀୟ ଖାଦ୍ୟ- ମେଣ୍ଢାମାଂସ କଷା, ଅଣ୍ଡା ଭୁଜିଆ, କୁକୁଡ଼ା କୋର୍ମା, ଇତ୍ୟାଦି। ପେଟ ଭର୍ତ୍ତି କରି, ମନ ତୃପ୍ତି କରି ଏତେ କିଛି ଖାଇ ପଳାଶର ମନ ଭାରି ପ୍ରଫୁଲ୍ଲ ହୋଇ ଉଠିଲା।Fantasy- ପଳାଶ ଫୁଲSuchismita Satpathy · 3 min read · 52 readsଦୈନନ୍ଦିନ କାର୍ଯ୍ୟ କଳାପ ମଧ୍ୟରେ ଦୂର ଜାଗାରେ ଅତି ଘନିଷ୍ଠ ଓ ନିବିଡ ବନ୍ଧୁ ହୋଇଯାନ୍ତି ଉଭୟେ।Abstract
- ଇତି, ସ୍ନେହର ଭଉଣୀ ରେଖାNityananda Nandi · 5 min read · 12 readsଜାଣିଛ ନା ଭାଇ, ବିଦାୟ ବେଳେ ବାପା କାନ ପାଖରେ କଣ କହିଲେ, କହିଲେ ତ ଭାଇ କିନ୍ତୁ ସେମିତି ନୁହଁ, ତା ..Classics