Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବୁଢା
70 storys
ହାପି ଏଣ୍ଡିଙ୍ଗ୍
Subrat Kumar Muduli · 1 min read · 7.3K reads
ବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ? ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ । ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି । ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ । ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।
Others
ଜହ୍ନମାମୁଁ -142
ଓଡ଼ିଆ ଗଳ୍ପ ଓ କବିତା - ୧ · 3 min read · 7.5K reads
ସୌଦାଗର ପଚାରିଲେ “କେତେ ଖର୍ଚ୍ଚ ହେବ?” ତହୁଁ ପୂଜକ ଉତ୍ତର ଦେଲେ “ଶହେ ସ୍ୱର୍ଣ୍ଣ ମୁଦ୍ରା ।” ସୌଦାଗର ତାଙ୍କୁ ସଙ୍ଗେ ସଙ୍ଗେ ସେତକ ମୁଦ୍ରା ଧରାଇ .
Children
ପୁଅଙ୍କ ପାଇଁ ବୁଢାର ଧନ
ଓଡିଆ ଶିଶୁ ଗପ · 1 min read · 7.8K reads
ପୁଅମାନେ ସେଗୁଡିକ ବିକ୍ରି କରି ଯଥେଷ୍ଟ ଟଙ୍କା ପାଇଲେ ଏବଂ ବେଶ୍ ସୁଖରେ ରହିଲେ । ବୁଢା କଥା ବି ସତ ହେଲା ।
Children
ଗାଦୁଡୁ ବୁଢା
ଓଡ଼ିଆ ଗଳ୍ପ ଓ କବିତା - ୨ · 2 min read · 7.8K reads
ବୁଢା କିନ୍ତୁ ଏକୁଟିଆ ନଥିଲା | ତା ଘରେ ଥାନ୍ତି ପଳେ ଛେଳି , ପଲେ କୁକୁଡା ଆଉ ବତକ | ଦିନ ରାତି ବୁଢା ଜଗିଥାଏ ଛେଳି , କୁକୁଡା ଆଉ ବତକଙ୍କ୍ନୁ |
Children
ବୁଢା ବାପା
Dr Jharana Satapathy · 1 min read · 7.8K reads
କହୁ କହୁ ବୁଢା ଆଖିରେ ଲୁହ ଟଳଟଳ ହୋଇଯାଉଥାଏ ।ବୁଢା ଉପରକୁ ଚାହିଁ ତାରା ମେଳରେ ତା ସ୍ତ୍ରୀକୁ ଖୋଜୁଥିଲା
Others
ମାନବିକତା
Dr Jharana Satapathy · 2 min read · 14.7K reads
ବାପାକୁ ମୁଁ ଛୋଟ ଵେଳୁ ହରାଇଛି ମଉସା ,ମୋ ବାପାଙ୍କୁ ମୁଁ ଆଉଥରେ ପାଇଗଲି। ଏତିକି କହୁ କହୁ ଵୁଢା କାନ୍ଦି ପକାଇଲା ,ମୋ ପୁଅ ବୋଲି କହି ଯାବୁଡି....
Inspirational
Loading…
Next page →