Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଭଲବୋହୁ
91 storys
ଅଧୁରା ସ୍ୱପ୍ନ......
Archana Sahoo · 6 min read · 150 reads
ସେ ନିଜର ପୂର୍ବ ସ୍ୱପ୍ନ ସବୁକୁ ବଳି ଚଢ଼େଇ ବିବାହ କରି ବସିଥିଲେ । ଆଉ ଭଲ ବୋହୁ ଟେହେବାକୁ ଚେଷ୍ଟା କରିଥିଲେ ।
Tragedy
ଭଲ ମଣିଷ
Subrat Kumar Muduli · 1 min read · 14.2K reads
କାଲି ବସରେ ଗାଁକୁ ଆସିବା ବେଳେ ହଠାତ ମୋ’ ନଜରରେ ପଡିଲା ଜଣେ ବୃଦ୍ଧ ଲୋକ ସିଟ ଖଣ୍ଡେ ପାଇଁ କଣ୍ଡକ୍ଟର ପାଖରେ କାକୁତି ମିନତି ହେଉଛନ୍ତି । ଅବିକଳ ତାଙ୍କ ଚେହେରା ମତେ ପିଲାଦିନେ ଚାହାଳିରେ ପଢାଇଥିବା ଶ୍ୟାମସାରଙ୍କ ଭଳି ଲାଗୁଥିଲା । ମୋ’ ଆଖି ଆଗରେ ନାଚୁଥିଲା ଶ୍ୟାମସାରଙ୍କ କଥା । ସେତେ ବେଳେ ପ୍ରାୟତଃ ଶ୍ୟାମସାର ସବୁ ପିଲାଙ୍କୁ ପଚାରୁଥିଲେ ....... ତମେ ବଡ ହେଲେ କ’ଣ ହେବ । ସବୁପିଲା ବିଭିନ୍ନ ଉତ୍ତର ଦେଲା ବେଳେ ମୁଁ କହୁଥିଲି ମୁଁ ବଡ ହେଲେ ଜଣେ ଭଲ ମଣିଷ ହେବି ବୋଲି ଆଉ ପ୍ରତ୍ୟେକ ଥର ସେ ମତେ ଭଲ ମଣିଷର ମାନେ ପଚାରିବା ବେଳେ ମୁଁ କହୁଥିଲି .... ଯିଏ ବାପା ମା’ଙ୍କୁ ବେଶି ଭଲପାଏ ସେ ହିଁ ଭଲ ମଣିଷ । ସାରଙ୍କୁ ଦେଇଥିବା କଥା ସାରାଜୀବନ ରଖିବାକୁ ମୁଁ ସର୍ବଦା ଚେଷ୍ଟା କରିଛି ହେଲେ କେତେ ସଫଳ ମୁଁ ଜାଣିନି । ଆଉ ବେଶି ଭାବିଲିନି ବୃଦ୍ଧ ଲୋକଟିକୁ ଯାଚିକରି ମୋ’ ସିଟଟି ଦେଲାରୁ ସେ ମତେ କହିଲେ ....ଏତେ ଲୋକଙ୍କ ଭିତରେ ତୁ ଗୋଟେ ଭଲ ମଣିଷ । ବାଟ ପାଖେଇ ଆସୁଥିଲା ଫୋନ ରିଂ ରେ ବାସ୍ତବତାକୁ ଫେରିଲି । ମୋ’ ସ୍ତ୍ରୀ ମତେ ଫୋନ କରି ଘରକୁ ଆସିବାକୁ ପଚାରୁଥିଲା ମୁଁ କିନ୍ତୁ ତାକୁ ବୋକା ବନେଇ ତା’ ଇଚ୍ଛା ବିରୁଦ୍ଧରେ ଗାଁକୁ ଫେରୁଥିଲି ବାପା ମା’ଙ୍କ ପାଖକୁ । କଥାଥିଲା ସ୍ତ୍ରୀକୁ ନେଇ ଆଜି ଇଭନିଂ ଶୋ ସିନେମା ଦେଖେଇବା ପାଇଁ । ସେ ମତେ ଗାଳି ଦେଇ କହୁଥିଲା ମୁଁ କାଳେ ଗୋଟେ ଅମଣିଷ ମୁଁ କିନ୍ତୁ ବେଦମ ହସୁଥିଲି ମୋ’ ମଣିଷ ପଣିଆକୁ ଯତ କିଞ୍ଚିତ ବଞ୍ଚେଇ ରଖିବାର ପ୍ରୟାସରେ ।
Others
ଏମିତି ଏକ ବର୍ଷା ଦିନେ
Pramod Kumar Jena · 9 min read · 22K reads
ଏ ସଂସାର ବିଚିତ୍ର l କିଛି ବିଚିତ୍ର ଚିନ୍ତାଧାରାର ଚରିତ୍ରମାନଙ୍କୁ ନେଇ ଏହି କାହାଣୀ l
Tragedy
ରାକ୍ଷୀ ଭାଗ ସପ୍ତମ
Akshayakumar Dash · 1 min read · 1 reads
ଶ୍ରୀୟା ଆଳୁଖଣ୍ଡେ ଚାମଚରେ ନେଇ ବରାସହିତ ଖାଉଥାଏ।କହିଲା ବହୁତ ଭଲ।
Others
ଦଶହରା ଦିନ
Dipti lekha Mishra · 2 min read · 7.6K reads
ଭକ୍ତ ଓ ଭଗବାନଙ୍କ ସଂପର୍କ ଆହୁରି ମଜବୁତ ହୋଇଗଲା ।କିନ୍ତୁ ସେ ଯାହା ହେଉ ପୁଅଝିଅ ର ପ୍ରଭେଦରଖିଲେନି ଶ୍ବଶୁର ।
Others
ବାପାଙ୍କ ଗାମୁଛା
Lalita Mohan Mishra · 2 min read · 462 reads
ବାପାଙ୍କୁ ଭଲ ଲାଗୁଛି ! ସେ ପକାଉଛନ୍ତି । ମାଆ କିନ୍ତୁ ବାପାଙ୍କୁ କହେ - ସେ ଗାମୁଛା କୁଆଡେ ଗଲାବେଳେ ବ୍ୟାଗ୍ ରେ ଧରୁନ ।
Inspirational
Loading…
Next page →