Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଭଲମଣିଷ
327 storys
ଭଲ ମଣିଷ
Subrat Kumar Muduli · 1 min read · 14.2K reads
କାଲି ବସରେ ଗାଁକୁ ଆସିବା ବେଳେ ହଠାତ ମୋ’ ନଜରରେ ପଡିଲା ଜଣେ ବୃଦ୍ଧ ଲୋକ ସିଟ ଖଣ୍ଡେ ପାଇଁ କଣ୍ଡକ୍ଟର ପାଖରେ କାକୁତି ମିନତି ହେଉଛନ୍ତି । ଅବିକଳ ତାଙ୍କ ଚେହେରା ମତେ ପିଲାଦିନେ ଚାହାଳିରେ ପଢାଇଥିବା ଶ୍ୟାମସାରଙ୍କ ଭଳି ଲାଗୁଥିଲା । ମୋ’ ଆଖି ଆଗରେ ନାଚୁଥିଲା ଶ୍ୟାମସାରଙ୍କ କଥା । ସେତେ ବେଳେ ପ୍ରାୟତଃ ଶ୍ୟାମସାର ସବୁ ପିଲାଙ୍କୁ ପଚାରୁଥିଲେ ....... ତମେ ବଡ ହେଲେ କ’ଣ ହେବ । ସବୁପିଲା ବିଭିନ୍ନ ଉତ୍ତର ଦେଲା ବେଳେ ମୁଁ କହୁଥିଲି ମୁଁ ବଡ ହେଲେ ଜଣେ ଭଲ ମଣିଷ ହେବି ବୋଲି ଆଉ ପ୍ରତ୍ୟେକ ଥର ସେ ମତେ ଭଲ ମଣିଷର ମାନେ ପଚାରିବା ବେଳେ ମୁଁ କହୁଥିଲି .... ଯିଏ ବାପା ମା’ଙ୍କୁ ବେଶି ଭଲପାଏ ସେ ହିଁ ଭଲ ମଣିଷ । ସାରଙ୍କୁ ଦେଇଥିବା କଥା ସାରାଜୀବନ ରଖିବାକୁ ମୁଁ ସର୍ବଦା ଚେଷ୍ଟା କରିଛି ହେଲେ କେତେ ସଫଳ ମୁଁ ଜାଣିନି । ଆଉ ବେଶି ଭାବିଲିନି ବୃଦ୍ଧ ଲୋକଟିକୁ ଯାଚିକରି ମୋ’ ସିଟଟି ଦେଲାରୁ ସେ ମତେ କହିଲେ ....ଏତେ ଲୋକଙ୍କ ଭିତରେ ତୁ ଗୋଟେ ଭଲ ମଣିଷ । ବାଟ ପାଖେଇ ଆସୁଥିଲା ଫୋନ ରିଂ ରେ ବାସ୍ତବତାକୁ ଫେରିଲି । ମୋ’ ସ୍ତ୍ରୀ ମତେ ଫୋନ କରି ଘରକୁ ଆସିବାକୁ ପଚାରୁଥିଲା ମୁଁ କିନ୍ତୁ ତାକୁ ବୋକା ବନେଇ ତା’ ଇଚ୍ଛା ବିରୁଦ୍ଧରେ ଗାଁକୁ ଫେରୁଥିଲି ବାପା ମା’ଙ୍କ ପାଖକୁ । କଥାଥିଲା ସ୍ତ୍ରୀକୁ ନେଇ ଆଜି ଇଭନିଂ ଶୋ ସିନେମା ଦେଖେଇବା ପାଇଁ । ସେ ମତେ ଗାଳି ଦେଇ କହୁଥିଲା ମୁଁ କାଳେ ଗୋଟେ ଅମଣିଷ ମୁଁ କିନ୍ତୁ ବେଦମ ହସୁଥିଲି ମୋ’ ମଣିଷ ପଣିଆକୁ ଯତ କିଞ୍ଚିତ ବଞ୍ଚେଇ ରଖିବାର ପ୍ରୟାସରେ ।
Others
ପ୍ରତାପଙ୍କ ନିରବ ରାସ୍ତା
Samar Ballav Bhoi · 3 min read · 169 reads
ପ୍ରତ୍ୟେକ ମଣିଷ ଜୀବନରେ ଭଲ କରନ୍ତୁ କି ଖରାପ କରନ୍ତୁ, ସମୟ ଆସିଲେ ନିରବ ରାସ୍ତାର ପଥିକ ସାଜିବାକୁ ପଡେ । ଏହା ବିଧିର ବିଧାନ ।
Tragedy
ଭଲ ମଣିଷ
Lopamudra Parida · 4 min read · 138 reads
ଛୋଟିଆ ହୀନିମାନିଆ ମାଟିତଳେ ଦବି ଗଲା ପରି ଲାଗୁଥିଲା ତା' ଭଲପଣର ଓଜନରେ ନିଜକୁ ନିଜେ ।
Inspirational
ରାକ୍ଷୀ ଭାଗ ସପ୍ତମ
Akshayakumar Dash · 1 min read · 1 reads
ଶ୍ରୀୟା ଆଳୁଖଣ୍ଡେ ଚାମଚରେ ନେଇ ବରାସହିତ ଖାଉଥାଏ।କହିଲା ବହୁତ ଭଲ।
Others
କଳା ହୃଦୟରେ ଲାଲ ପ୍ରେମ
Narayan Sethi · 2 min read · 177 reads
ଅଜୟଙ୍କୁ ସୁନିତା କହିଲେ ଗୁଡ଼୍, ମୋ ପ୍ରେମିକ କଳା ହୃଦୟରେ ବି ଲାଲ ପ୍ରେମରେ ନିଜକୁ ବଦଳାଇଲ । ଆଇ ଲଭ ୟ
Abstract
ମଣିଷ ପଣିଆ
Puspanjali Panda · 1 min read · 259 reads
ସେଇ ଶୁକୁଟା ତାକୁ କଷ୍ଟେ ମଷ୍ଟେ ହସପିଟାଲରେ ଭର୍ତ୍ତି କରିଥିଲା।ସେ ବି କବାଟ ଖୋଲୁନି।
Abstract
Loading…
Next page →