StoryMirror - Read, Write, Share & Repeat- ମାଟିଦୀପSuniti Devi · 3 min read · 1.5K readsଆଲୋ ହେ ନାତୁଣୀ !ନାହିରେ ତେଲ ଦେଇ ଶୋଇପଡିଲୁଣି ନା କଣ ଲୋ।ତୋର ମୋ କଥାକୁ ନିଘା ନାହିଁ ଦେଖୁଛି। ଆଲୋ ନୂଆ ମାଟି ଦୀପ ,ସଳିତା,ତେଲ ଏସଵୁ ଆଣିବୁନିକି!Tragedy
- ମାଟି ଦୀପଟିଏ ଜଳୁଥିଲା .......PRABINA KU, KHADANGA · 2 min read · 59 readsଶାଶୁ ସେଠାରେ ନିଜ ସ୍ଵାମୀଙ୍କ ପାଖ ଶେଯରେ । ସେ ଗତ ଦୁଇ ବର୍ଷ ହେଲା ରୋଗରେ ପୀଡିତା । ପାରାଲେସିସ୍ ରୋଗThriller
#କଥାଦୁଇପଦ-ଦୀପ ***
#କଥାଦୁଇପଦ-ଦୀପ ***Ram Prasad Bisoi · 2 min read · 7K reads----ସେମାନେ ବି କେଉଁଠି ଜାଣିଛନ୍ତି,
ବୃକ୍ଷଟିଏ ବଞ୍ଚିବାକୁ ହେଲେ ଆଲୋକ ଜଳ ଓ ମୃତ୍ତିକା ଦରକାର ପଡେ,Others
ମାଟି ବୈକୁଣ୍ଠAkshay Ojha · 2 min read · 14.3K reads
ଅଳ୍ପ ଅଳ୍ପ ଗଳ୍ପ
ମାଟି ବୈକୁଣ୍ଠ ----------------- ଭୁବନେଶ୍ବର ବୃଦ୍ଧାଶ୍ରମ ର ସିଡ଼ି ପାହାଚ ରେ ବସି ତୋ ବାଟ କୁ ଅନେଇ ବସିଛି ରେ ବିଜୟ । ମାସ ବିତି ଯାଉଛି ,ବର୍ଷ ବିତି ଯାଉଛି ।ତୋ ବାଟ କୁ ଚାହିଁ ଚାହିଁ ରାତି ହୁଏ ପୁଣି ସଖାଳ । ଆଖି ଲୁହରେ କାନି ଭିଜି ଯାଏ ।ମନ ଖାଲି ଖାଲି ହେଇ ଯାଏ ।ଉଦାସ ଅନ୍ଧକାର ମାଡ଼ିଆସେ ଆକ୍ଷି ଆଗରେ । କିନ୍ତୁ ତୁ ଆସୁନା ତୋ money order ଆସିଯାଏ । ଏ ଥର ପଇସା ନ ପଠା ,ତୁ ନିଜେ ଟିକେ ଆ । ମୋତେ ତୋ ସାଙ୍ଗରେ ତୋ ଘର କୁ ନେଇ ଯାଆ । ଯେ ପର୍ଯ୍ୟନ୍ତ ତୋ ବାପା ଥିଲେ ,ସମୟ କାଟି ଯାଉ ଥିଲା । ସିଏ ଏ ଆଶ୍ରମ ରେ ଶେଷ ନିଶ୍ୱାସ ନେଲା ପରେ ମୁଁ ଏକୁଟିଆ ହେଇ ଯାଇଛି ରେ ବିଜୟ ।ସେ ତୋ କଥା କହି କହି ପ୍ରାଣ ତ୍ୟାଗ କଲେ । ସେ ସବୁ ବେଳେ ତୋତେ ନେଇ ଗର୍ବ କରୁ ଥିଲେ । ତୋ ସାହବ ପଣିଆ କୁ ଖୁବ ପ୍ରଶଂସା କରୁ ଥିଲେ । ତୋ ନବାବି ଢଙ୍ଗ କୁ ଖୁବ ବଖାଣୁ ଥିଲେ । ସେ ପାଇଁ ବହୁତ ଥଟ୍ଟା ମଜାର ଶିକାର ହେଉ ଥିଲେ । ଅକାଳ ପଡି ଥିବା ସମୟ ରେ ତୋର ଜନ୍ମ ହେଇ ଥିଲା । ତୋ କ୍ଷୀର ପାଇଁ ଆମେ ଚାହା ପିଇବା ବନ୍ଦ କରି ଦେଇ ଥିଲୁ । କେତେ ବର୍ଷ ପର୍ଯ୍ୟନ୍ତ ଆମେ ଗୋଟିଏ କପଡା କୁ ଧୋଇ ଶୁଖେଇ ପିନ୍ଧିଛୁ କିନ୍ତୁ ତୋ ସ୍କୁଲ ବନ୍ଦ କରି ନାହୁଁ ।ତୁ ଏ ସବୁ ଜାଣି ଛୁ ଶୁଣିଛୁ । ସବୁ ଭୁଲି ଯା କିଛି କଥା ନାହିଁ ।କିନ୍ତୁ ତୁ ମୋତେ ଥରେ ତୋ ଘର କୁ ନେଇ ଯା ରେ ବିଜୟ । ଘରେ ମୁଁ ସବୁ କାମ କରିବି,କଂସା ବାସନ ମାଜିବି । ଝାଡ଼ୁ ପୋଛା କରିବି ,ପରିବାର ପାଇଁ ରୋଷେଇ କରିବି ,ନାତି ନାତୁଣୀ ଙ୍କୁ କୋଳେଇ କାଖେଇ ଗେଲ୍ହା କରିବି ।ତୁ ଚିନ୍ତା କରନା ମୁଁ ସେମାନଙ୍କୁ ଖୁବ ଯତ୍ନ ନେବି ସେମାନେ ପରା ମୋ ନାତି ନାତୁଣୀ ।,,,, ନହେଲେ ଚାକରାଣୀ ଭାବି ରଖି ନେ ତୋ ଘରେ ।ମୋର ଆଉ କେତେ ଦିନ ? ମୋ ଆକ୍ଷି ଥକି ଗଲାଣି ।ତୋ ବିନା ରହିବା ଅସମ୍ଭବ ଲାଗୁଚି ରେ ବିଜୟ ।ମୁଁ ଭୁଲି ପାରୁନି ତୋତେ । ତୋ ବିନା ମୁଁ ଅନାଥ । ଥରେ ଆସି ମା ବୋଲି କହିଯା । କିଛି ନହେଲେ ନାହିଁ ମୋତେ ଏ ଆଶ୍ରମ ରୁ ସମାଧି ପର୍ଯ୍ୟନ୍ତ ତୋ କାନ୍ଧରେ ନେଇଯା ।
ଅକ୍ଷୟ ଓଝା Akshayika The smart educare convent school, Gurgaon
Inspirational- ଅନ୍ଧାର ଦୀପାବଳିArabinda Rath · 13 min read · 14.8K readsସେଦିନ ର ଦୀପାବଳି, ଆନନ୍ଦ ପରିବର୍ତ୍ତେ କେତେ ଯେ ଲୁହ ଆଣି ଆସିଥିଲା ତାହା କଳନା କରିବା ଦୁଃସାଧ୍ଯ ବ୍ଯାପାର।Tragedy
- ସଳିତାRudra Narayan · 2 min read · 487 readsସେତେବେଳେ ସଳିତା କୁହେ ଦୀପ ତମ ପବିତ୍ରତା ଚିରକାଳକୁ ବଜାୟ ରହିବ ।ଦିପ୍ତୀ କହେ "ଦୀପ ଜୀବନଟେ ଦେଇଛନ୍ତି ପ୍ରଭୁ
କରିବାକAbstract
Loading…