English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସ୍ୱାର୍ଥପର
23 storys
ସ୍ୱାର୍ଥପର
Subrat Kumar Muduli · 1 min read · 14.2K reads
ଗାଁ ନିଶାପରେ କଥା ଛିଡିଲାନି ଶେଷକୁ ଛତିଶ ଡକାହେଲା ସମାଧାନର ରାସ୍ତା ଖୋଲିଲା । ଜମି ତିନିମାଣ ଦୁଇଭାଇଙ୍କ ନାଁରେ ବଣ୍ଟା ହେଲା ଆଉ ଘରଢିଅରେ କିଳା ବାଡିଆହେଲା । ଧାନ,ବିରି,ମୁଗ,ଗରା ମାଠିଆଠୁଁ ଆରମ୍ଭ କରି ହେଁସ ମସିଣା ଯାଏ ସବୁର କଡାଗଣ୍ଡା ହିସାବ ଚାଲିଥିଲା ଆଖଆଖ ମଉଜାର ବଛାବଛା ମୁରବୀ ମାନଙ୍କ ଦ୍ଵାରା । ବହୁତ ଆଗରୁ ବୁଢାକୁ ନେଇ ଅଙ୍କ ଛିଡୁନଥିଲା ଦୁଇଭାଇ କେହି ବି ରାଜି ନଥିଲେ ବୁଢାକୁ ପାଖରେ ରଖିବା ପାଇଁ । ଶେଷରେ ସମସ୍ତେ ବୁଢା ପ୍ରସଙ୍ଗକୁ ଆସିଲେ ଦୁଇଭାଇ ପାଳିକରି ବାପାକୁ ଖାଇବାକୁ ଦେବାକୁ ରାଜିହେଲେ । କଥା ଆହୁରି ଜଟିଳ ହେବା ପୂର୍ବରୁ ବୁଢା ନିଜେ ସମାଧାନର ରାସ୍ତା ବାହାରକଲା କହିଲା ସେ ହଡା ବଳଦସହ ଗୁହାଳରେ ରହିବ । ଦୁଇଭାଇ ଖୁସିହେଲେ କଥାର ମର୍ମ ହୁଏତ ସମସ୍ତେ ବୁଝି ପାରୁନଥିଲେ କିନ୍ତୁ ବୁଢା ବୁଝିଥିଲା, ତା’ ସହ ଦଶ ବାର ପାଣି ଚାଷ କରିଥିବା ବଳଦ ହିଁ ତା’ର ସବୁଠୁଁ ବଡ ଆପଣାର ଯାହାକୁ ସେ କାନ୍ଧରେ ବୋହିବ ବୋଲି କୋଉ କାଳୁ ଶପଥ କରିଥିଲା । ମାମଲା ତୁଟିଲା ମୁରବୀ ଫେରିଲେ ବୁଢା ନିଜର ଶେଯ ଗୁହାଳେ ସଜାଡୁଥିଲା । ହଡା ବଳଦ ଚାଟୁଥିଲା ବୁଢାର ହାତକୁ ବୁଢା ବି ମଝିରେ ମଝିରେ ହାତ ବୁଲାଇ ଆଣୁଥିଲା ବଳଦ ମୁଣ୍ଡରେ । ଦୁହେଁ ଦୁହିଙ୍କ ଭାଷାରେ ସ୍ଵାର୍ଥପର ଦୁନିଆଁକୁ ଧିକ୍କାର କରୁଥିଲେ କେହି ସିନା ବୁଝୁନଥିଲେ ହେଲେ କେତେ ବେଳଠାରୁ ସଙ୍ଗାକଣରେ ଲୁଚିଥିବା ସତ ସତିଆ ଝିଟିପିଟି ଗୋଟିଏ ଡାକୁଥିଲା......ସତ ସତ ସତ ।
Others
ମହାମିଳନ
Nandini RayMohapatra · 14 min read · 1.3K reads
ପ୍ରେମରେ ମୁଁ ଏତେ ସ୍ୱାର୍ଥପର କେମିତି ହେବି କହ ।
Romance
ରୋଷେଇ
Seetaram Dash · 2 min read · 342 reads
ପ୍ରଥମେ ଆପଣ ଏହାକୁ ଗ୍ରହଣ କରନ୍ତୁ। ଏହି ଖାଦ୍ୟ ଦ୍ଵାରା ସମସ୍ତ ଙ୍କ ଦେହ ମନ ଓ ଆତ୍ମାର ବିକାଶ ହେଉ,
Inspirational
ଟାଇମ୍ ନାହିଁ
Ashis Kumar Swain · 1 min read · 510 reads
ସେତିକିରେ ମନ ବୁଝିନି ସେ ତାର ସ୍ତ୍ରୀକୁ ମଧ୍ୟେ ଲାଗେଇଦେଇଛି ଗାଳି କରିବା ପାଇଁ । ସ୍ତ୍ରୀ ଯେତେବେଳେ
Abstract
ମାନସିକତା
Narayan chandra Senapati · 7 min read · 580 reads
ଘରକୁ ଆସିଲା ନରସିଂହ।ରାଗରେ ଜଳିଯାଉଥାଏ ତା ପ୍ରତି ଅନ୍ୟାୟର ସଢା ଦେହଟା ଓ ଅବିବେକରେ ପୋଡା ମସ୍ତିଷ୍କଟା କଲା ଉନ୍ମତ୍ତ କାଣ୍ଡ।
Inspirational
ଶେଷ ପରୀକ୍ଷା
Balabanta Sahu · 6 min read · 7.2K reads
"ହଁ.....ସତ କଥା..." କହୁ କହୁ ଖୁବ ଭାବ ବିହ୍ଵଳ ହୋଇପଡୁଥାଏ ମିନୁ । ବୋଧହୁଏ ପୁରୁଣା ସ୍ମୃତି ଗୁଡିକ ଆଖି ସାମ୍ନାକୁ ଚାଲିଆସିଲେ....।
Inspirational
Loading…
Next page →