120Log inSign up
by Jyotirmayee Pandaଆସ୍ତିକ୍ (ଭାଗ -୧୭)
Details

ରାଘବ ଏମିତି ଚିନ୍ତା କରି, ଶେଷରେ ନିଜର ବରଦାନର ପ୍ରୟୋଗ କରିଛନ୍ତି l ବରଦାନର ପ୍ରୟୋଗ ହେତୁ ମୃତ ପତି ସଙ୍ଗେ ସଙ୍ଗେ ଜୀବିତ ହେଇ ପତ୍ନୀଙ୍କ ନିକଟକୁ ଫେରି ଆସିଛନ୍ତି । ଯାହା ଦେଖି ପତ୍ନୀ ଭୂତ ଭୂତ ବୋଲି କହି ଚିତ୍କାର କରିଛନ୍ତି , ଚିତ୍କାର ଶୁଣିବା ମାତ୍ରେ ପତି କହିଛନ୍ତି , ମୁଁ ଭୂତ ନୁହେଁ , ତୁମର ପତି । ମୋର କିଛି ବି ହେଇନି ମୁଁ ଫେରି ଆସିଛି । ତୁମେ ମନେ ପକେଇ କାନ୍ଦୁଥିଲ , ଯାହା ମତେ ବହୁତ୍ ଦୁଃଖ ଦେଲା । ତେଣୁ ମୁଁ ଆଉ ରହି ନପାରି ତୁମ ପାଖକୁ ଆସିଗଲି । ଏହା ଶୁଣିବା ପରେ ପତ୍ନୀ କହିଛନ୍ତି , ମୁଁ ତୁମ କଥାକୁ ଏଇଥି ପାଇଁ ମନେ ପକେଇ ଥିଲି । କାରଣ ଆଜି ସାହୁକାର ଆସି ବାକି କଥା କହି ଯାଇଚି , ଉପରେ ପୁଅର ଦେହ ଭଲ ରହୁନି , ସେ କୁନି ଛୁଆଟିକୁ ନେଇକି ମୁଁ ଏକା ସ୍ତ୍ରୀ ଲୋକଟା କ'ଣ ଯେ କରିବି । ମୁଁ ତ ନାଚାର । ବାକି ତମେ ତମର କିଛି ପଇସା କେଉଁଠି ଗୋଟେ ଗଚ୍ଛିତ ରଖିଚ ବୋଲି କହିଥିଲ । କିନ୍ତୁ ଏମିତି ସମୟରେ ତୁମେ ଗଲ ଯେ , ସେ ବିଷୟରେ ଟିକେ କହି ବି ଗଲ ନାହିଁ । ମୁଁ ଏକା ଲୋକ କେମିତି କ'ଣ ସବୁ ବୁଝିବି ଯେ । 


ସବୁଆଡୁ ସବୁଆଡୁ ଭାବିଲା ବେଳକୁ ମୋ ମୁଣ୍ଡ କ'ଣ ହେଇ ଯାଉଛି । ଉପରେ ପୁଣି ତୁମେ ଗଲ ବୋଲି ମୋ ପାଇଁ କିଛି ପିନ୍ଧିବା ମନା , କୁଆଡେ ଗଲେ କାହା ମୁହଁ ଯଦି ପ୍ରଥମେ ମୋ ଉପରେ ପଡେ ତେବେ ତା'ର କୁଆଡେ ଅମଙ୍ଗଳ ହେବ । ଏମିତି କେତେ କ'ଣ କଥା ରହୁଚି ତୁମକୁ କି ଜଣା ସେସବୁ ? ତୁମେ ତ ତୁମର ଶାନ୍ତିରେ ଗଲ , ଏଠାରେ କିନ୍ତୁ ମତେ ହଇରାଣରେ ପକେଇଦେଇ ଗଲ । ମତେ ତୁମେ ନାହଁ ବୋଲି ସବୁ ଛି ଛାକର୍ କେତେ କଣ ଯେ କହୁଛନ୍ତି , ତଥାପି ତାକୁ ସହୁଛି । ପୁଣି ଉପରେ ଏତେ ସବୁ ବୋଝ ଏକା ଏକା ନେଇ ବଞ୍ଚିଛି । 


ତୁମେ ତ ଶାନ୍ତିରେ ଚାଲିଗଲ ହେଲେ ମୁଁ ଯେ ଏଠାରେ କେତେ ହୀନସ୍ତା ହୋଉଛି ସେଇଟା ନ କହିବା ଭଲ । ଏତେ ପରେ ବି କେହି ମୋ ଦୁଃଖକୁ ଦେଖୁ ନାହାଁନ୍ତି । ବରଂ ତୁମକୁ ଖାଇଗଲି ବୋଲି ମତେ ଦୋଷ ଦେଉଛନ୍ତି , ତୁମେ କହିଲ ତୁମେ କୋଉ ମତେ ଭଲରେ ରଖି ପଳେଇଲ ଯେ l କୋଉ ଗୋଟେ ଗନ୍ତବ୍ୟ ସ୍ଥଳରେ କିଛି ପଇସା ରଖିଥିଲ, କାହା ହାତେ ସେଇଟା ରଖିଥିଲ କି କୋଉଠି ରଖିଥିଲ, ଯିବା ପୂର୍ବରୁ ଥରେ କହିଛ ?ଥରେ ହେଲେ ସେକଥା କହି ଥାଆନ୍ତ , ତେବେ ହୁଏତ ଏତେ ଅସୁବିଧା ଏବେ ଘଟି ନଥାନ୍ତା । 


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 


Loading comments…