ସେଇ ବାଉଁଶ ପତ୍ର ଚାମଚରେ ଦହିବରାର ଏକ ଖଣ୍ଡ ପାଟିରେ ଦେଲି | ଆଃ ସତେ କିବା ଖେଳିଗଲା ଏକ ଅଜଣା ରୋମାଞ୍ଚ, ଜିହ୍ୱାସ୍ପର୍ଶରେ ଏକ ବିଚିତ୍ର ଆବେଗ | ଲଙ୍କା ସମୂହର ଉଗ୍ର ଜ୍ୱାଳା, ତତ୍ସହିତ ଥଣ୍ଡା ଦହିର କୋମଳ ପ୍ରଲେପ, ଓହୋଃ କି ଅନୁଭୂତି | ସୁକ୍ଷ୍ମ ଦହିବରା ସହିତ ଆଳୁଦମ୍ ର ମିଶ୍ରଣ ବି ଏକ ବିଚିତ୍ର ସାମଞ୍ଜସ୍ୟ | ପାଟିରେ ସବୁ ମିଳେଇ ଯାଉଥାଏ |
Loading comments…