ବାପା ବୋଉ ଛାଡ଼ୁନଥିଲେ ଜମା କାନ୍ଦି ଗଡି ଯାଇଥିଲେ ଯେମିତି । ପଦ୍ମା ବୁଝେଇଥିଲା। -" ମୁଁ ଫେରିବିନି ଭାବି ଆଜି ପର୍ଯ୍ୟନ୍ତ ଯେମିତି ରହିଥିଲ , ମୁଁ ଯୋଉଠି ବି ଅଛି ଏବେ ସୁରକ୍ଷିତ ଅଛି ସେମିତି ଜାଣି ଆଜି ଠାରୁ ରହିଯାଅ । ମୁଁ ମଝିରେ ମଝିରେ ଏମିତି ଆସିବି । ତୁମେ ଦୁହେଁ ମୋ ପାଇଁ ଯେତିକି କରିନ ମୋ ଦିଦି ମାନେ ମୋ ପାଇଁ ବହୁତ କିଛି କରିଛନ୍ତି ମୋତେ ନୂଆ ଜୀବନ ଦେଇଛନ୍ତି । ତାଙ୍କୁ ଛାଡି ମୁଁ ରହିପାରିବିନି । ଏବେ ମୋ ଦୁନିଆ ଅଲଗା ହୋଇ ସାରିଛି ।
Loading comments…