ତାଙ୍କ ଆଗରେ ଏମିତି କାନ୍ଦିଲେ ତାଙ୍କୁ କଷ୍ଟ ହେବନି? ପ୍ରକାଶ କଥାରେ ରୁପା ଲୁହକୁ ପୋଛି ମୁରୁକି ହସି ଦେଲା । ପାଖ ଥାକରୁ ମାଟି କୁଣ୍ଢେଇକୁ ଆଣି ସିନ୍ଦୂର ଅଳତାରେ ସଜେଇ ଦେଇ ଭାବୁଥାଏ - "ଆଜିର ଯୁଗରେ ଅହଲ୍ୟା ତାରଣ ପାଇଁ ରାମଚନ୍ଦ୍ର ଆସିବେ କି ନାହିଁ କେଜାଣି କିନ୍ତୁ ଜଣେ ଅହଲ୍ୟା ହିଁ ଅନ୍ୟ ଜଣେ ଅହଲ୍ୟାକୁ ଉଦ୍ଧାର କରିପାରେ ।"
Loading comments…