ଅଞ୍ଜଳୀ କହିଲେ ତୁମେ ଏଇଠି ଠିଆ ହୋଇଛ ଦେଖୁଛ କଣ? ଶୀଘ୍ର ଯାଇ ଆକାଶକୁ ଖୋଜ। କିଛି ଅଘଟଣ ଘଟିନି ତ?ମୋ ଡାହାଣ ଆଖିଟା କାହିଁକି ଫଡକୁଛି। ଦେବେନ୍ଦ୍ର ବାବୁ କାଳ ବିଳମ୍ବ ନ କରି କିଛି ପଡିଶା ଲୋକଙ୍କୁ ଧରି ଆକାଶକୁ ଖୋଜିବାକୁ ଲାଗିଲେ। ହେଲେ ଆକାଶର କିଛି ସନ୍ଧାନ ମିଳିଲା ନାହିଁ। ଆକାଶକୁ ଖୋଜିବା ପାଇଁ ପୋଲିସର ସହାୟତା ମଧ୍ୟ ନିଆଗଲା। ହେଲେ କିଛି ଫଳ ହେଲାନି। ଦୁଇ ଦିନ ବିତିଗଲା ପଛେ ଆକାଶର କିଛି ସନ୍ଧାନ ମିଳିଲା ନାହିଁ।
Loading comments…