ସ୍ବାଧୀନତାର ୭୫ତମ ପ୍ଲାଟିନମ ଜୁବୁଲି ଦିବସକୁ ସମଗ୍ର ଦେଶରେ ଆଦାଜି(ସ୍ବାଧୀନତା)କି ଅମୃତ ମହୋତ୍ସବ ଋପେ ପାଳନ କରାଯାଉଥିଲା ।ସେଥିପାଇଁ ଦେଶର ଐତିହସ୍ଥଳ ଗୁଡିକରେ ବ୍ୟାପକ ସଜସଜ୍ଜା କରାଯାଇ ଥିଲା । ସମସ୍ତଙ୍କ ପାଇଁ ମ୍ୟୁଜିୟମ ଓ ଐତିହସ୍ଥଳ ଗୁଡିକରେ ପ୍ରବେଶ ମାଗଣା ରହିଥିଲା । ମିତାଲି ଓ ତା'ର ସାଙ୍ଗମାନେ ଷ୍ଟଡି ଟୁରରେ ଯିବା ପାଇଁ ଯୋଜନା କଲେ ।ଏଥିରେ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ମ୍ୟୁଜିୟମରେ ସେମାନେ ସ୍ବାଧୀନତା ସଂଗ୍ରାମୀ ଓ ସ୍ବାଧୀନତାର ଘଟଣାକ୍ରମ ବିଷୟରେ ଅନେକ ଜ୍ଞୀନ ଆହରଣ କଲେ।ବିଜ୍ଞାନ ପାର୍କ , ବଟାନିକାଲ ଗାର୍ଡେନ ଓ ନନ୍ଦନକାନନରେ ବୁଲି ସେମାନେ ବହୁତ ମଜାକଲେ । ଭୂବନେଶ୍ବରରେ ତାଙ୍କ ବୟସର ପିଲାମାନେ ଗଣତନ୍ତ୍ର ଓ ସ୍ବାଧୀନତା ସଂଗ୍ରାମ ଉପରେ ଫଟୋ ଚିତ୍ର ପ୍ରଦର୍ଶନୀର ଆୟୋଜନ କରିଥିଲେ । ସ୍ବାଧୀନତା ଉପରେ ଏକ ଫଟୋଚିତ୍ର ଦେଖି ମିତାଲି ସ୍ବାଧୀନତାର ସଂଜ୍ଞା ପଚାରିବାରୁ ଷ୍ଟଲରେ ବସିଥିବା ଝିଅଟି କହିଲା -ସମାଜଶାସ୍ତ୍ରୀ ଋଷୋଙ୍କ ଅନୁଯାଇ 'ମଣିଷ ଜନ୍ମରୁ ମୁକ୍ତ କିନ୍ତୁ ସେ ସବୁଠି ଶୃଙ୍ଖଳରେ ବନ୍ଧା'।ଏଇ ଶୃଙ୍ଖଳ ହିଁ ସ୍ବାଧୀନତାର ବାଟ ଖୋଲି ଥାଏ ।ମିତାଲି ପଚାରିଲା- ପଶୁମାନେ ତ ଆମଠୁ ଅଧିକ ସ୍ବାଧୀନତା ପାଇଛନ୍ତି ।ସେମାନେ ମୁକ୍ତ ହୋଇ ସାରା ଜଙ୍ଗଲରେ ବୁଲନ୍ତି । ଝିଅଟି କହିଲା-ଜଙ୍ଗଲରେ ପଶୁପକ୍ଷୀଙ୍କ ମୁକ୍ତ ବିଚରଣ ସ୍ବାଧୀନତା ନୁହେଁ ।ସେଠାରେ "ଜୋର ଯାହାର ମୁଲକ ତା'ର " ନୀତି ରହିଛି । ନିୟନ୍ତ୍ରଣ ବା ଶୃଙ୍ଖଳାର ଚେନ୍ ମଧ୍ୟରେ ରହି ନିଜେ ଅଧିକାର ସାବ୍ୟସ୍ତ କରିବା ଓ ଅନ୍ୟମାନଙ୍କୁ ସୁଯୋଗ ଦେବାର କାମକୁ ପ୍ରକୃତ ସ୍ବାଧୀନତା କହିବା ।ଶୃଙ୍ଖଳ ବା ନୀତି ନିୟମକୁ ମାନି ଚଳିଲେ ଆମେ ପ୍ରକୃତ ସ୍ବାଧୀନତା ପାଇ ଥାଉ ବୋଲି କହି ପାରିବା । ଏ ବିଷୟରେ ତାକୁ ବୁଝେଇବା ପାଇଁ ଝିଅଟି ଆଉ ଏକ ଫଟୋଚିତ୍ର ଦେଖାଇ କହିଲା-ଏଇ ଦେଖ ,ସ୍ବାଧୀନତାର ଅର୍ଥ ନୁହେଁ,ରାସ୍ତା ମଝିରେ ଗାଡି ଚଳେଇବା ।ଏହାଦ୍ବାରା ଦୁର୍ଘଟଣା ଘଟିବ ।ବରଂ ଏକ ପାଖରେ ଗାଡି ଚଳେଇ ଅନ୍ୟମାନଙ୍କୁ ଯିବାର ସୁଯୋଗ ଦେବା ।ଝିଅଟି ଆଉ ଏକ ଫଟୋଚିତ୍ର ଦେଖାଇ କହିଲା-ଯେଉଁ ଦେଶର ଲୋକ ଯେତେ ନୀତି ନିୟମ ମାନନ୍ତି ,ସେ ଦେଶ ସେତେ ଶୃଙ୍ଖଳିତ ଓ ବିକଶିତ ଅଟେ ।ଏସମସ୍ତ କଥା ଶୁଣି ଶିକ୍ଷୟିତ୍ରୀ କହିଲେ- ପିଲାଏ,ଏବେ ଆମ ଦେଶର ସ୍ବାଧୀନତାକୁ ୭୫ ବର୍ଷ ପୁରିଲାଣି ।ଆମେ ଗତ ବର୍ଷେ ହେଲା ସ୍ବାଧୀନତା ବା ଆଜାଦିର ଅମୃତ ମହୋତ୍ସବ ପାଳନ କରୁଛୁ ।ସ୍ବାଧୀନତାର ପ୍ରକୃତ ଅର୍ଥ ବୁଝି ଆମେ ଆଗକୁ ବଢିବା।ଏ ଦେଶ ଓ ଜାତିର ଟେକ ରଖିବା ।
Loading comments…