ବଡ ଦାଣ୍ଡ ରେ ଓଡିଶୀ ନୃତ୍ୟ ଦେଖୁ ଦେଖୁ ହାତରୁ ଖସି ଯାଇଛି ପୁଡ଼ିଆଟି ଜଗା ପାଇଁ ବାଡ଼ି ନଡିଆ ,କଦଳୀ,ଆଉ ତୁଳସୀ ମଲ୍ଲି ର ମାଳ କରି ଆଣିଥିଲା। ସବୁ ଗଲା । ଜଗା ବୋଧେ ରାଗିଛି ତା ଉପରେ ନା ଅଭିମାନ ଏତେ ଦିନ ପରେ ଆସିଲି ବୋଲି ରାଗିଲାକି ଆଉ। ଗହଳି ପେଲା ଠେଲା ଭିତରେ ସ୍ୱାମୀ ଙ୍କ ହାତ ଧରି ସେ ଯାଉଥାଏ ଆଗକୁ ଆହୁରି ଆଗକୁ। ହଠାତ କିଏ ଜଣେ ପଛରୁ ଡାକିଲେ excuse me ଆପଣଙ୍କ ମାଳା ଟି ପଡିଯାଇଥିଲାl ଗୋରା ତକତକ ଦେହ ସାଙ୍ଗ କୁ ମଲ୍ଲୀ ଫୁଲିଆ ହସ, ଧନ୍ୟବାଦ ଦେବ ପୂର୍ବରୁ ହିଁ ଉଭାନ ହୋଇଯାଇଥିଲେ ସେ
Loading comments…