ଆଶୁତୋଷ ବାବୁଙ୍କ ବାପା ମଧ୍ୟ ତାଙ୍କ ଅନେକ ଥର କହିଛନ୍ତି ଆରେ ଆଶୁ, ଅନୁପ୍ ର ଚାଲି ଚଲଣ ମୋତେ କାହିଁକି ଠିକ୍ ଲାଗୁନି । ତୁ ଟିକେ ତା ପ୍ରତି ନଜର ଦେ। ତା ବୟସଟା ଏବେ ଏମିତି। ଏ ବୟସରେ ଥରେ ପାଦ ତଳକୁ ଖସିଗଲେ ତାକୁ ଆଉ ସମ୍ଭାଳିବା ସମ୍ଭବ ନୁହଁ। ବଢୁଥିବା ବୟସ ଓ ଗଡି ଯାଉଥିବା ପାଣି ଭୟଙ୍କର ହୋଇ ଥାଆନ୍ତି । ଠିକ୍ ସମୟରେ ତାକୁ ବନ୍ଧ ପକାଇ ଆକଟ ନ କଲେ ସେମାନେ ପ୍ରଳୟ ସୃଷ୍ଟି କରି ଥାଆନ୍ତି ।
Loading comments…