ମୁଁ ତା' କଥା ଶୁଣି ଭାବୁଥାଏ ଏ ଦେଶ ସ୍ୱାଧୀନତା ପାଇବାର ୭୨ ବର୍ଷ ପରେ ବି ଲୋକମାନେ ରାସ୍ତାରେ ନିରାପଦରେ ଯାଇ ପାରୁନାହାନ୍ତି l ସେଦିନ ସେ ଲୁଟେରା ମାନେ କେବଳ ଜିନିଷ ପତ୍ର ଲୁଟିନେଇ ଛାଡିଦେଲେ l ଆଉ କେଉଁଠି ତ ରାତି କଥା ଛାଡ ସ୍ପଷ୍ଟ ଦିବାଲୋକରେ ନାରୀକୁ ଉଠାଇ ନେଇ କୁକର୍ମ କରିବା ସହିତ ଜୀବନ ନେବାକୁ ମଧ୍ଯ ପଛାଉ ନାହାନ୍ତି l ଶିକ୍ଷିତ ବେକାରି ସଂଖ୍ଯା ଯେମିତି ଭାବରେ ବଢି ଚାଲିଛି ଆଗକୁ ଆଗକୁ ଏମିତି ଲୁଟ୍ , କୁକର୍ମ ଅଦି ବଢି ବଢି ଚାଲିବ ପଛେ କମିବାର ନାହିଁ l
Loading comments…