ବଡ଼ ପୁଅ ଧୀରେ ଧୀରେ ବାପାଙ୍କର ସ୍ବପ୍ନକୁ ସାକାର କରିବାର ପ୍ରୟାସ କରୁଥାଏ । ଯେଉଁ ଦିନ ସିଦ୍ଧାନ୍ତ ଇଂଜିନିୟରିଂ ପଢି ଗୋଟିଏ ଭଲ କମ୍ପାନୀରେ ଚାକିରୀ ପାଇଗଲା ସେଦିନ ସେମେଶ ବାବୁ ଖୁସିରେ ଫାଟି ପଡ଼ିଥିଲେ । କିନ୍ତୁ ମା ଅଲିଭା ଖୁସୀ ଭିତରେ ବି ଦୁଃଖକୁ ଭୁଲି ପାରୁନଥିଲେ । ଶଶାଙ୍କ ଯିବା ଆଠ ବର୍ଷ ହୋଇଗଲା ବୋଲି ଗଣୁଥିଲେ । ଦିନେ ସିଦ୍ଧାନ୍ତ ଟି.ଭି ରେ ବସି କ୍ରିକେଟ୍ ମ୍ୟାଚ୍ ଦେଖୁଥାନ୍ତି । ରାଜ୍ୟସ୍ତରୀୟ ଖେଳ ଚାଲିଛି । ସିଦ୍ଧାନ୍ତକୁ ଲାଗିଲା ତା ଭିତରେ ସେ ଶଶାଙ୍କକୁ ଦେଖୁଛି । ହେଲମେଟ ପିନ୍ଧା ବ୍ୟାଟିଙ୍ଗ କରୁଥିବା ପିଲାଟିଏ ଭିତରେ ସେ ଯେମିତି ଭାଇ ଶଶାଙ୍କକୁ ଦେଖୁଥିଲା । ବାପାଙ୍କୁ ଡାକି କହିଲା, --ବାପା ଦେଖିଲେ,ସେ ପିଲାଟି ଆମ ଶଶାଙ୍କ ଭଳି ଲାଗୁନି ! ବାପା ବି ଦେଖିଲେ ଓଡ଼ିଶା ତରଫରୁ ଖେଳୁଥିବା ଖେଳାଳିମାନଙ୍କ ଭିତରେ ଗୋଟିଏ ପିଲା ଶଶାଙ୍କ ଭଳି ଟିକେ ଟିକେ ଲାଗୁଛି ।
Loading comments…