ଏ କଣ, ଝିଅ ର ଦେହ ପୁରା ଥଣ୍ଡା। ମନେ ମନେ ଖୁସି ହୋଇଗଲା ସାରିଆ। ଜର ଟା ଖସିଗଲା ବୋଧେ। ପୁଣି ପର ମୁହୂର୍ତ୍ତରେ ଚମକି ପଡିଲା ନିଜକୁ ନିଜେ। ଛାତିଟା ଧଡ଼ କରି ହେଲା। ମନକୁ ପାପ ଛୁଇଁଲା। ଧିରେ ଧିରେ ହଲାଇଲା ଝିଅ କୁ। ଝିଅ ର ଛାତି ଉପରେ ମୁଣ୍ଡ ରଖି କିଛି ଜାଣିବାକୁ ଚେଷ୍ଟା କଲା। ପାଦ ତଳୁ ମାଟି ଖସିଗଲା ତାର
Loading comments…