Loading…
ଆମ ଗାଁରେ ବହୁତ ବର୍ଷା ହୁଏ। ଚାଳଘର ଉପରେ ଆମେ କଳା ପଲିଥିନ ଢାଙ୍କିଦେଉ। ବୁନ୍ଦେ ପାଣି ଘରକୁ ଗଳେନା। ବାହାରେ ଚୁଲିରେ ପାଣି ଭର୍ତ୍ତି ହୋଇଯାଏ। ବୋଉ ଗୋଟେ ଉଠାଚୁଲି ରଖିଥାଏ। ସେଇଥିରେ ଶୁଖୁଆ, ଭେଣ୍ଡି, ଆଳୁ, ବାଇଗଣ ପୋଡିଦିଏ। ଘରେ ଟଙ୍କିକିଆ ଚାଉଳର ହାଣ୍ଡି ଭର୍ତ୍ତି ପଖାଳ। ପୋଡାପୋଡି ଲଗେଇ ଆମେ ପେଟେପେଟେ ପଖାଳ ଖାଇଦେଉ।
Comments
Loading comments…