ମୁଣ୍ଡଟା ଝିମ୍ ଝିମ୍ ହେଇ ଗଲାରେ ବାପ! ଆଜି ମୋ ନାତୁଣୀ ପଚାରିବ, ବାସେନା ତେଲ କୋଉଠୁ ମାରିଲୁ? କହିବି, ମୋ ନାତି ଦେଇଛି । ଚଞ୍ଚଳା ହସି ହସି କହି ଯାଉଥାଏ । ଗେଞ୍ଜିଟାକୁ ପାଣିରେ ବୁଡ଼େଇ ଚିପୁଡିଲା ବେଳେ, ମୁଁ ବି ଟିକେ ହସି ଦେଲି । ମନକୁ ଆତ୍ମ ସନ୍ତୁଷ୍ଟି ମିଳିଲା । ଭିକାରୀକୁ ଭିକ ମୁଠେ, ଭୋକିଲାକୁ ଭାତ ଗୁଣ୍ଡେ ଓ ତୃଷାର୍ତ୍ତକୁ ପାଣି ଆଞ୍ଜୁଳେ ଦେଲେ ଯୋଉ ଶାନ୍ତି ମିଳେ, ତାହା ମୁଁ ଅନୁଭବ କରୁଥିଲି ।
Loading comments…