କୁକୁର ଛୁଆଙ୍କର ଆକୁଳ ବିକଳଭରା କ୍ୟାଉଁ କ୍ୟାଉଁ ଶବ୍ଦ ଶମିନାଙ୍କ ଭିତରେ ଶୋଇପଡିଥିବା ମା' ଟିକୁ ଜଗେଇ ଦେଲା। ଆଗକୁ ନଯାଇ ଘର ଭିତରକୁ ଫେରି ଆସିଲେ ସେ। କୁକୁର ଛୁଆ ମାନେ ଗେଟ୍ ଭିତରକୁ ପଶି ଆସିଲେ।ସେମାନଙ୍କୁ ଈଶାରା ରେ ସେଇଠାରେ ରହିବାକୁ କହି ଘର ଭିତରକୁ ପଶି ଗଲେ ଓ କିଛି କ୍ଷଣ ଭିତରେ ସେମାନଙ୍କ ପାଇଁ ଡଗ୍ ବିସ୍କିଟ୍ ର ଟିଣ ଟିଏ ଧରି ବାହାରି ଆସିଲେ । ଢାଳିଦେଇଗଲେ ସେମାନଙ୍କ ପାଇଁ ଖାଦ୍ୟର ଭଣ୍ଡାର।
Loading comments…