ଏତିକି ବେଳେ ଗାଁର ପ୍ରାୟ ଲୋକ ସେଠାରେ ରୁଣ୍ଡ ହେଇଗଲେଣି ଏବଂ କବିତା ମାଉସୀ ମଧ୍ୟ ସେଠାରେ ପହଂଚିଗଲା । ସେ ସେହି ଫୋଟ ଚିତ୍ରକୁ ଦେଖି- "ହେ ଭଗବାନ ! ଏ କ’ଣ କଲ ? " କହି ତଳେ ସେଠାରେ ବସି ପଡ଼ିଲା । ତାର ଆଖିରେ ଥିଲା ଲୁହ, ପାଟି ଅଧା ଖୋଲା ଏବଂ ଦେହର କନା ଅଧଭିଜା । କିଛି କହିବା ଆଗରୁ ତାର ପାଟି ବନ୍ଦ ହେଇଗଲା କାରଣ ସେହି ଫୋଟ ଚିତ୍ର ଥିଲା ଏକ ଝୁଲନ୍ତା ଶବ ।
Loading comments…