ମୋର ଏହି କେଇ ପଦ କଥାରେ ସେଠି ବସ୍ ବାହାରେ ଠିଆ ହୋଇଥିବା ସବୁ ଲୋକ ଚୁପ୍ ଚାପ୍ ହୋଇଗଲେ l ଆଉ ବସ୍ ଭିତରେ ସବୁ ପିଲାମାନେ ବି ସ୍ତବ୍ଧ ହୋଇଗଲେ l ଛାତ୍ରମାନେ କେବେ ସ୍ୱପ୍ନରେ ବି ଭାବି ନଥିବେ ସାର୍ ଏମିତି ନିମନ୍ତ୍ରଣ କରି ସେ ଭାଇଙ୍କୁ ବସ ଭିତରକୁ ଆଣିବେ ବୋଲି l ମୋ ଉଦ୍ଦେଶ୍ଯ ହେଉଛି ମୋ ଛାତ୍ରକୁ ମୁଁ ଦୁଇ ଚାରିଟା ଚଟକଣା ମାରି ସେ ଭାଇଙ୍କୁ ହାତ ଯୋଡି ଭୁଲ୍ ମାଗିବାକୁ କହିବି ଆଉ ତାପରେ ସେ ଯୁବକଙ୍କୁ ବୁଝାଇବି ଯେ ଯାହା ହୋଇଛି ଭୁଲିଯାଅ l ଏତିକିରେ ନିଶ୍ଚେ ଏ ଅଘଟଣର ଜବନିକା ପଡିବା ସହିତ ଆଗକୁ ବଦମାସ୍ ଛାତ୍ରମାନେ ବି ସାଇଜ୍ ହୋଇଯିବେ l ସେ ଯୁବକ ଜଣଙ୍କ ଭିତରେ ବହୁତ ରାଗ ବସା ବାନ୍ଧି ଥିବାରୁ ମୋ କଥା ମୁତାବକ୍ ଧଡାସ୍ କରି ବସ୍ ଭିତରୁ ପଶି ଆସିଲେ l ସେ ବସ୍ ର ଦୁଇଟି ପାହାଚ ଚଢିଛନ୍ତି କି ନାଇଁ ଯେଉଁ ବୟସ୍କ ଲୋକ ପ୍ରଥମେ ମୋ ସହିତ କଥାବାର୍ତ୍ତା କରିଥିଲେ ସେ ଏଥର ସେଇ ଯୁବକକୁ କହିଲେ, " ସାର୍ ଡାକିଲେ ବୋଲି ତୁ କଣ ବସ୍ ଭିତରକୁ ଚଢି ଯାଉଛୁ ମାରିବାକୁ l ଆଗ ଓଲ୍ହା ବସ୍ ରୁ l ଆମରି ଏରିଆ ପିଲା ଖୁସିବାସୀରେ ପିକ୍ ନିକ୍ କରିବାକୁ ଯାଉଛନ୍ତି l ତୁ ଏଠି ସେ ପିଲାକୁ ମାଡ ମାରିଲେ ତାଙ୍କ ସେଇ ଖୁସି ଆଉ ରହିବ ? "
Comments
Loading comments…