ଏଇ ....କହୁ ଥିଲି କି । ତୋର ତ ଅଳ୍ପ ଦରମା ପୁଣି ଜମି ବାଡ଼ି ବି ଵିଶେଷ କିଛି ନାହିଁ ତଥାପି ତୁ ଏତେ ଖୁସିରେ କେମିତି ଅଛୁ। କଣ କିଛି ପୋତା ଧନର ସନ୍ଧାନ ପାଇଛୁ କି" କୁଣ୍ଠିତ କଣ୍ଠରେ ପଚାରିଲେ ଦିବାକର ବାବୁ। "କଣ ଯେ ଆପଣ କୁହନ୍ତି ବାବୁ, ଆମ ଗରିବ ଗୁରୁବାଙ୍କ ପାଇଁ ଧନ ବା କେଉଁଠୁ ଆସିବ । ଯାହା ମିଳୁଛି ସେତିକି ଢେର । ତଥାପି ପଚାରୁଛନ୍ତି ଯଦି କହୁଛି ବାବୁ, ପିଲାଦିନେ ବା' ମୋର କହିଥିଲା ଶୁଣ ପୁଅ ଯେତେ ଦିନ ଯାଏଁ ତୋ ମୁଣ୍ଡ ଉପରେ ଆକାଶ ଆଉ ପାଦ ତଳେ ମାଟି ଅଛି ତୁ ଦୁନିଆର ସବୁଠୁ ଧନୀ ।
Loading comments…