ଫୁଲ ଆଈ କହିଲା, ନାଁ ଲୋ ସିନୁ,ବିଶ୍ୱାସଟା ସେଇଦିନୁ ଯାଇଛି ଯେ ଯାଇଛି।ନୂଆ ନୂଆ ତିନି ଚାରି ଥର ଟଙ୍କା ପଠାଇଛି ହେଲେ ଆସିନାହିଁ କି ଆଉ ଦ୍ଵିତୀୟ ଚିଠି ଦେଇନି।ଶୁଣିଲି ସେ କାଳେ ଅନ୍ୟ ଜାତିରେ ଗୋଟେ ବାହା ହୋଇଯାଇଛି।ସେ ଝିଅ ମାନେ ମୋ ବୋହୂଟା ବହୁତ ବଡ଼ ଧନୀ ଘରର।ଆଉ ପୁଅଟା ମୋର ବହୁତ ମଦ ପିଉଛି।ମଣିଷକୁ ବେଖାତିର କରୁଛି।
Loading comments…