ଯାହାକୁ ଦେଖୁଛ, ଶୁଣୁଛ ତା ମାୟାରୁ ମୁକ୍ତି ଚାହୁଁଛ ? ବତ୍ସ ‘ଜୀବନରେ ପ୍ରାପ୍ତିର ଆଶା’ ହିଁ ତୁମକୁ କଷ୍ଟ ଦେଉଛି, ମାୟା କଷ୍ଟ ଦିଏନା । ପ୍ରଭୂ ମାୟାବି ତ ମାୟା । ମାୟାରୁ ପୁଣି ମୁକ୍ତି କାହିଁ ? ଜୀବ ମାଛଟିଏ ପରି ମାୟାର ଅଗାଧ ଜଳରେ ଜୀବନ ଧାରଣ କରିରହିଛି । ଯେଉଁଦିନ ମାୟାରୁ ମୁକ୍ତି ମିଳିଯିବ, ସେଦିନ ଜୀବନରୁ ମୁକ୍ତି ମିଳିଯିବ, ଜଳ ବିନା ମୀନ ସଦୃଶ । ଏବେ କୁହ, ମାୟାରୁ ମୁକ୍ତି ଚାହୁଁଛ?
Loading comments…