Loading…
ମାଟି ଛଣ ଛପର ହଟାଇ ଆମେ କଲୁ କଂକ୍ରିଟର ଘର,ଡାକିଲୁ ଉତ୍ତାପକୁ ନିମନ୍ତ୍ରଣ ପତ୍ର ଦେଇ।ନିଜ ସ୍ୱାର୍ଥପାଇଁ, ଟଙ୍କା ପାଇଁ ଲୋଭରେ କାଟିଲୁ ଗଛ,ପୋଡି କାଟି ଧ୍ବଂସ କଲୁ ଜଙ୍ଗଲ ଅଂଶୁଘାତକୁ ଦେଲୁ ଘରଭଡା।ଗଢ଼ିଲୁ କଳ କାରଖାନା ନାମ ଲେଖାଇଲୁ ଡାକ୍ତରଖାନାର ରୋଗୀ ୱାର୍ଡରେ,ତିଆରିଲୁ ରାସ୍ତା ସଡକ... ଦୁର୍ଘଟଣା ଯୋଗେ ଜମା କଲୁ ଦୁର୍ଲଭ ରକ୍ତ,ଆଉ ନିର୍ମାଣ କଲୁ ନଭଶ୍ଚୁମ୍ଵୀ ପ୍ରାସାଦ.... ସାଜିଲୁ କୃତ୍ରିମ ଅମଣିଷ।ଏ ସମସ୍ତଙ୍କୁ ନେଇ ବିଶ୍ୱତାପନ ଗଣିଲା, କେବେ ଆସିବ ଆମ ମରଣ ତାରିଖ।
Comments
Loading comments…