ଆଜି କାହିଁ ଭାରି ମନେ ପଡୁଛି ଗାଁ କଥା । ଗାଁ ନଈ ଓ ତା ମଥାନର ପୁନେଇଁ ଉଦିଆ ଜହ୍ନ, ଖାସ କରି ରଜ ଦୋଳି । ଆଖି ଦୁଇଟି ଜକେଇ ଆସିଛି ତାର । କ’ଣ ପାଇଁ ସେ ବାହା ହୋଇଥିଲା ଅବିନାଶକୁ କେବଳ ଡଲାର ଓ ନିସଙ୍ଗତା । ନା... କିଛି ଗୋଟେ ନିଷ୍ପତି ନେବ ସେ, ହଁ ଦୃଢ଼ ନିଷ୍ପତି । ସେ ଫେରିବ ଗାଁକୁ ତା ମାଟିକୁ ତା ମା ପାଖକୁ ।
Loading comments…