ସୌମ୍ୟ ଦର୍ଶନ କିନ୍ତୁ ଅବ୍ୟବସ୍ଥିତ , ଶ୍ମଶୃଳ କେଦାର , ଏକାନ୍ତରେ ବସି ବଂଶୀ ବଜାଉଥିଲା , ନହେଲେ ଚିତ୍ର ଆଙ୍କୁଥିଲା। କଲେଜର ସବୁ ଝିଅ ତା ପ୍ରତି ଆକୃଷ୍ଟ ହୋଇ ଯାଉଥିଲେ। ତା ପାଖକୁ ବାହାନା କରି ଯାଉଥିଲେ, କିନ୍ତୁ କେଦାର ଏପରି ଧ୍ୟାନମଗ୍ନ ରହୁଥଲା ଯେ କାହାର ଉପସ୍ଥିତି ସେ ମୋଟେ ଜାଣି ପାରୁ ନଥିଲା।ଏସବୁ ଦେଖି ନୀଳାଞ୍ଜନା ବିରକ୍ତ ହେଉଥିଲା। ଝିଅ ଗୁଡା଼କର ରୁଚି ଶୀଳତା ବୋଲି କିଛି ନାହିଁ। ସୁନ୍ଦର ରୂପ ଦେଖିଲେ ଲୋଭୀ କୁକୁର ଭଳି ଗୋଡେଇ ଯାଉଛନ୍ତି। ଛିଃ କେତେ ଅପରିସ୍କାର ରହୁଛି ଲୋକଟା। ପାଖକୁ ଗଲେ ଇନ୍ଫେକ୍ସନ୍ ହୋଇ ଯିବ।
Loading comments…