ସାଧୁଙ୍କ ମନ ଦୁଃଖ ହେଲା । ପଚାରିଲେ, ମୋ ପ୍ରବଚନ ଶୁଣଛ, ମହାପ୍ରଭୁ ଜଗନ୍ନାଥଙ୍କ କଥା ଶୁଣିବାକୁ ଆସୁଛ, ତାଙ୍କ ନାମ ଓ ଗୀତ ଗାଉଛ, ଏତେ ସବୁ ସତ୍ୱେ ତୁମ ଉପରେ ଏହାର କିଛି ପ୍ରଭାବ ପଡିଲାନି ? ବ୍ୟକ୍ତିଟି କହିଲା - ତାହାର ୪୦୦ ଟଙ୍କାଟା ଆପଣଙ୍କୁ ଜଣାପଡୁଛି । ମୋର ଏହି ସାର୍ଟର ଦାମ ୨୦୦୦ ଟଙ୍କା । ତା ପାଇଁ ଆପଣଙ୍କ ମନରେ ଦୁଃଖ ନାହିଁ । ସାଧୁ କହିଲେ, ତାର ସେଟା ଦିନଯାକର ଆୟ । ତୁମ ପାଇଁ ସାର୍ଟ କିଣିବା ଏତେ ବଡ କଥା ନୁହେଁ । କିନ୍ତୁ ତାର ୪୦୦ ଟଙ୍କା ଯୋଗୁଁ ତା ଘରେ ଆଜି ରାତିରେ ଚୁଲି ନ ଜଳିପାରେ । ପୁଣି ଏଇଥିପାଇଁ କହୁଛି, ମହାପ୍ରଭୁଙ୍କ ନାମ ଓ ପ୍ରବଚନ ଶୁଣି ତୁମ ଉପରେ କି ପ୍ରଭାବ ପଡିଲା । ମୋ ପାଖକୁ ଆସି ଲାଭ କଣ? ବ୍ୟକ୍ତିଟି କହିଲା - ବାବା, ଆପଣ ଜାଣିଛନ୍ତି ମୁଁ କିଭଳି ବ୍ୟକ୍ତି । ମୋ ମୁଣ୍ଡରେ ୨୧ଟି ମର୍ଡର କେସ୍ ସହିତ ସମୁଦାୟ ୪୦ରୁ ଅଧିକ କେସ୍ ଚାଲିଛି । ସବୁବେଳେ ମୋ ପାଖରେ ଦୁଇଟି ବନ୍ଧୁକ ରହିଥାଏ । କଥା କଥାକେ ଗୁଳି ଚାଲେ । ଆଜିର ଘଟଣା ତ ଆପଣଙ୍କ ଆର୍ଶିବାଦ ଓ ପ୍ରଭୁ ନାମଙ୍କ ପ୍ରଭାବ । ଯଦି ଆପଣଙ୍କ ପ୍ରବଚନ ଶୁଣି ନଥାନ୍ତି, ପ୍ରଭୁଙ୍କ ନାମ ନେଉ ନଥାନ୍ତି । ତାହାଲେ ମୋ ହାତରେ ସେ ରିକ୍ସାବାଲାର ମର୍ଡର ହୋଇଥାନ୍ତା ଆଜି । ଏହା କେବଳ ପ୍ରଭୁ ନାମର ପ୍ରଭାବ ଯେ ମୁଁ ତାଠୁ କେବଳ ଟଙ୍କା ଆଣି ଛାଡିଦେଲି ।
Comments
Loading comments…