ପାଖାପାଖି ଦୁଇ ଘଣ୍ଟା ବସିକି ଖାଲି କଥା ହୋଇଥିଲୁ।ଶିଶୁ ମନ୍ଦିର ଦିନରୁ ନେଇ ନିଜର ଆଜିକା ଜୀବନ ବିଷୟରେ,ମନଖୋଲା ଗପି ଥିଲୁ।କଥା ବହୁତ ଥିଲା ହେଲେ ସମୟ ନଥିଲା।୧୦.୩୦ ରାତିରେ ତା ପାଖରୁ ବିଦାୟ ନେଇ ଆସିଲି।ସେଦିନ ଥିଲା ୭ ଜୁନ୍ ୨୦୧୮।ଦେଖା ହେବାର ଦୁଇ ଦିନ ଯାଏଁ ବିଶ୍ୱାସ ହେଉନଥିଲା କି ସତରେ ଆମର ଦେଖାହେଲା।ଆଜିକୁ ମାସେ ଉପରେ ହେଇଗଲାଣି।ଆଉ ଏବେ ସେ ବି ମୋ ଜୀବନରେ ଅନ୍ୟ ସାଙ୍ଗ ମାନଙ୍କ ଭଳି ଅଛି।ମୁଁ ବହୁତ ଖୁସି କି ଯାହା ନା ମୋର ସାଙ୍ଗ କହିଲା ମାନେ ମନେ ପଡୁଥିଲା ତାକୁ ମୁଁ ଏତେ ଦିନ ଖୋଜିଲା ପରେ ସେ ମିଳିଯାଇଥିଲା
Loading comments…