ଆଠ ଜଣ ପ୍ରାଣୀଙ୍କ ପାଇଁ ଦାନା ସଂଗହ କରିବା କଣ ସହଜ କଥା।ରତନ କେବେ ବି କାହାକୁ ଉପାସ ରହିବାକୁ ଦେଇନି।ଏବେ ସିନା ଖଟି ପାରୁନି।କୋଚିଆ ,ଗେଣ୍ଡା ,ବେଙ୍ଗ,ଝରିପୋକ,କଙ୍କଡା ଯେତେବେଳେ ଯାହା ମିଳିଲା ଆଣି ଦେଇଛି।କେବେ ବି ଭିକ ମାଗିନି।ଆଉ ବିନ୍ଦିଆ ବି ବାପାର ଆଦର୍ଶରେ ବଢିଛି।ନିଜ ସାନ ଭାଇ ଭଉଣୀଙ୍କୁ ବି ସେୟା ଶିଖାଇଛି।ହେଲେ ସେମାନେ କଣ ସେ ଆଦର୍ଶକୁ ବୁଝିବେ।ଛୋଟ ଛୁଆ ଗୁଡାକ ନେଡି ଭାଙ୍ଗି ଠିଆ ହୋଇଯାନ୍ତି ଯେଉଁଠି ଭୋଜି ବଣ୍ଟା ହେଉଥାଏ।
Loading comments…