ଛୋଟରୁ ବଡ ହୋଇଛି ତା ହାତ ରନ୍ଧା ଖାଇ ଖାଇ,କାହିଁ କେଉଁଦିନ ତାକୁ ତା ବୋଉ ହାତ ରନ୍ଧା ଖରାପ ଲାଗିନି, । ଆଉ ସେ କେଉଁ ଦିନବି ଏ ଚାନ୍ଦିନୀ ପରି ପୋଡା,ଲୁଣିଆ,ଅଲଣା କେବେ ବି ଦେଇନି । କାରଣ ଟା ଖୋଜି ସେ ପାଇଲା । ତା ବୋଉର ରୋଷେଇରେ ଥିଲା ଆଗ୍ରହ,ସମସ୍ତଙ୍କୁ ଖୁସି ବାଣ୍ଟିବା ଥିଲା ତା ନିଷ୍ଠା.. ଆଉ ଏ ଚାନ୍ଦିନୀ...କାହା ପେଟର କଷ୍ଟ,କାହା ମନର ଆଶା ସେ କଣ ପଢିପାରେ?ସେ ତ ପଢ଼ିଛି ମୋବାଇଲର ଅକ୍ଷର ,ଟିଭିର ଶବ୍ଦ, ଆଉ ଶୋଇବାର ଆଦର୍ଶ ଉପନ୍ୟାସ ପୁସ୍ତକ । ଭୋଗର ବନ୍ୟା ପାଣିରେ ଯେ ଗାଧୁଏ,ତାକୁ ତ୍ୟାଗର ଗଙ୍ଗା କଣ ଭଲ ଲାଗିବ?
Loading comments…