
ଶିଳ୍ପୀ ଆସିଛି | ପଥଶ୍ରାନ୍ତି ହେତୁ ସେ ଅବଶ | ଯଷ୍ଟି ଉପରେ ଭରା ଦେଇ କୌଣସି ପ୍ରକାରେ ସେ ଗତି କରୁଛି | ସେହି ନବାଗତକୁ ଦେଖି କେତେଟା କୁକ୍କୁର ଭୁକି ଉଠିଲେ | ଏଇ ତ, ରାଜକୁମାରୀଙ୍କ ଉଦ୍ୟାନ | ଶିଳ୍ପୀ ଚିନ୍ତା କଲା, "ରାଜକୁମାରୀ କାହାନ୍ତି ? ଏ ବୃଦ୍ଧା କିଏ ?" ଅପେକ୍ଷା କରିବାକୁ ତା'ର ଧୈର୍ଯ୍ୟ ରହିଲା ନାହିଁ | ଶିଳ୍ପୀର ଜୀର୍ଣ୍ଣ ଅଧରରୁ ଶବ୍ଦାୟନ ହେଲା, "ବୃଦ୍ଧା ! ରାଜକୁମାରୀଙ୍କୁ ଡାକି ଦେଇ ପାରିବ ?"
Loading comments…