ମୁଁ ସେଦିନ ନାଜିଆର ହଷ୍ଟେଲରୁ ବହି ନେଇ ପଳେଇ ଆସିଥିଲି l କିନ୍ତୁ ସେହି ନିରୀହ ଗୋଲ ସୁନ୍ଦର ମୁହଁଟା ଓ ବଡ଼ ବଡ଼ ଆଖି ଦୁଇଟା ପୁଣି ଥରେ ମୋତେ ସେଠିକି ଟାଣି ନେଉଥିଲା l ମୁଁ ଫିଜିକାଲ୍ ଭାବେ ତ ବୟେଜ୍ ହଷ୍ଟେଲରେ ଥିଲି କିନ୍ତୁ ମାନସିକ ସ୍ତରରେ ମୋ ମନଟା ଗାର୍ଲସ ହଷ୍ଟେଲର ଫାର୍ଷ୍ଟ ଇୟର ଝିଅ ସ୍ମୃତି ପାଖରେ ଘୁରିବୁଲୁଥିଲା l ନାଜିଆକୁ ଫୋନ ଲଗେଇଲି l ପୁଣି ତା ପରଦିନ ତା ହଷ୍ଟେଲ କୁ ଗଲି l ବାରମ୍ବାର ନାଜିଆକୁ ଫୋନ କରିବା ଓ ଲେଡ଼ିଜ ହଷ୍ଟେଲର ଚକ୍କର କାଟିବା ଦେଖି ମୋ ସାଙ୍ଗ ମାନେ ଭିନ୍ନ କଥା ଭାବୁଥିଲେ l ନାଜିଆ ବି ଏ ଭିତରେ ଝିଅଟାକୁ ମୋ ବିଷୟରେ କହିଦେଇଥାଏ l ଝିଅଟାର ପ୍ରତିକ୍ରିୟା କଣ ଜାଣିବାକୁ ମୁଁ ଭୀଷଣ ଭାବେ ଆଗ୍ରହୀ ଥିଲି l ଆଜି ମନେ ପଡ଼େ, ଖୁବ ମନେ ପଡ଼େ ସେହି ପ୍ରଥମ ଥର ତା ଓଠରେ ମୋ ନାଁ ଟା ଶୁଣିବାର ସୁଖଦ ମୁହୂର୍ତ୍ତ l : ସୋନୁ ! (ନାଜିଆ ମୋତେ ଏଇ ନାଁରେ ଡାକେ ) ଇଏ ସ୍ମୃତି l ମୋ ରୁମ୍ ମେଟ୍ l : ହାଏ ସ୍ମୃତି ! କେମିତି ଅଛ ? : ଭଲ ଅଛି ସାର୍ l : ସାର୍ ନୁହେଁ ତୁମେ ମୋତେ ସୋନୁ ନହେଲେ ସମ୍ବିତ ଡାକିପାରିବ l : କିନ୍ତୁ ସାର୍.. :କିନ୍ତୁ ଫିନ୍ତୁ କିଛି ନାହିଁ l ମୋତେ ଭଲ ଲାଗିବ l ସେ ଲାଜ ଲାଜ ହେଇ ମୋତେ କହିଥିଲା, "ଓକେ ସମ୍ବିତ " l
Loading comments…