ଦୂରରୁ ଏ କଥାକୁ ଉପ-ଜିଲ୍ଲାପାଳ ନିରୀକ୍ଷଣ କରୁଥିଲେ l ସେ ସ୍ନାନମଣ୍ଡପ ରୁ ଓହ୍ଲାଇ ଆସି ପାଗଳୀ ପାଖରେ ପହଞ୍ଚିଲେ l ତାଙ୍କ ପଛେ ପଛେ ରୁଣ୍ଡ ହୋଇଥିବା ଲୋକମାନେ ମଧ୍ୟ ଚାଲିଲେ l ଉପଜିଲ୍ଲାପାଳ ପାଗଳୀ ପାଖରେ ଠିଆ ହୋଇ ରୋହନକୁ ପାଖକୁ ଡାକିଲେ l ସମସ୍ତଙ୍କ ସମ୍ମୁଖରେ ରୋହନର ସେବା ଓ ପରୋପକାର ପାଇଁ ଖୁବ ପ୍ରଶଂସା କଲେ l ଲୋକମାନେ ମଧ୍ୟ ରୋହନକୁ ବାଃ-ବାଃ କଲେ l ସେହି ବର୍ଷ ସ୍ୱାଧୀନତା ଦିବସରେ ପ୍ୟାରେଡ଼ ପଡିଆରେ ଲକ୍ଷ ଲକ୍ଷ ଜନତାଙ୍କ ଉପସ୍ଥିତିରେ ରୋହନକୁ "ଆଦର୍ଶ ସେବା ପୁରସ୍କାର" ଉପଜିଲ୍ଲାପାଳ ପ୍ରଦାନ କରିଥିଲେ l
Loading comments…