ଅଜସ୍ର ତାଳି ବାଜି ଉଠିଲା ବିଦଗ୍ଧ ଶ୍ରୋତା ମଣ୍ଡଳୀଙ୍କ ପକ୍ଷରୁ । କିଏ ସେହି କବୟତ୍ରୀ ! ବହୁତ ସୁନ୍ଦର କବିତା ତାଙ୍କର ଜାଣିବାକୁ ଇଛୁକ ପ୍ରକାଶ କଲେ ସମସ୍ତେ । ଖୁବ୍ କମ ସମୟରେ ଜଣେ ଲୋକପ୍ରିୟ କବୟତ୍ରୀ ରୂପେ ପରିଚିତ ହୋଇଗଲେ ମିସେସ୍ ମହାପାତ୍ର । ତାଙ୍କ ସ୍ବରଚିତ ବହୁ କବିତା, ଗଳ୍ପ ପ୍ରକାଶିତ ହେଲା ବହୁ ମାତ୍ରାରେ । ଶେଷରେ ନିଜକୁ ନିଜେ ପ୍ରଶ୍ନ କଲେ ମିସେସ୍ ମହାପାତ୍ର ସତରେ ମୁଁ ବି ଜଣେ ଏତେ ବଡ କବୟତ୍ରୀ !
Loading comments…