
ଅଳ୍ପ ଅଳ୍ପ ଗଳ୍ପ ତମେ ଚାଲିଗଲା ପରେ ------ ****************** ମୁଁ ଏ ବାରଣ୍ଡା ରେ ପଡି ଥିବା ଚେୟାର ଉପରେ ବସି ତମ କଥା ଭାବୁଛି ସବିତା ।ମୁଁ କେବେ ବି ଭାବି ନ ଥିଲି ତମେ ଆଗେ ଚାଲି ଯିବ ବୋଲି । ତମେ ଠକି ଦେଲ ମୋତେ । ତମ ବିନା ମୋ ଦିନ ବି ଆରମ୍ଭ ହେଇ ପାରେନା । ତମ ପାଟି ନ ଶୁଣିବା ଯାଏ ମୁଁ ଦାନ୍ତ ବି ଘସେନି । ରିଟାୟାର୍ଡ ପରେ ମୁଁ ବେଶି ଅଳସୁଆ ହେଇ ଯାଇ ଥିଲି । ତମ ହାତ ଚାହା ବିନା ମୋତେ ଚାହା ପସନ୍ଦ ଆସେନି ।ତମ ରୋଷେଇ ଛଡା ମୁଁ ବାହାରୁ କିଛି ଖାଏନି ।ଭୋକ ମାରି ଘର କୁ ଫେରି ଆସେ । ।ମୋ ଚଷମା ଧୁନ୍ଦୁଲା ହେଇ ଗଲାଣି । ପିଲା ମାନଙ୍କୁ କହିବାକୁ ସାହସ ହେଉନାହିଁ । ସେଇ ଦୁଇ ଖଣ୍ଡି ଗଂଜି ,ଦୁଇ ଖଣ୍ଡ ପ୍ୟାଣ୍ଟ ଓ ଦୁଇ ଖଣ୍ଡ ଶର୍ଟ ପିନ୍ଧୁଛି । ଗଂଜି ଜାଗା ଜାଗା ଫୁଟି ଗଲାଣି । ଧୂଳି ମଳି ହେଇ ଗଲାଣି । ତମ ପାନ ବଟୁଆ ସେମିତି କବାଟ କଣରେ ବନ୍ଦ ପଡିଛି । ତୁମ କୁଟା ପାନ କୁ ଅପେକ୍ଷା କରି ଥାଏ । ଆଜିକାଲି ପାଟି ଖାଲି ରହୁଛି । ତମେ ତକ୍ତପୋଷ ତଳେ ରଖିଥିବା ହାତ ବାକ୍ସ ଏ ଯାଏ ଖୋଲି ଦେଖିନି । ପାତି ପାନିଆ ତୁମ ଧଳା ବାଳକୁ କୁଣ୍ଡଉ ଥିବାର ଦେଖେ । ତମେ ନାହଁ ।ପାନୀଆ ମୋତେ ଜଳ ଜଳ କରି ଦେଖୁ ଛି । ଗୀତ ଗୋବିନ୍ଦ ପୋଥି ମୁଁ ଆଉ ପଢି ପାରୁ ନାହିଁ । ଉପରେ ପୁଣି ଚଷମା ଖରାପ ହେଇ ଯାଇଛି । ତମେ ଲଗେଇ ଥିବା ମନ୍ଦାରଗଛ ରେ ଖୁବ ଫୁଲ ଫୁଟୁଛି ।ଫୁଲ ଭିତରେ ତମକୁ ଦେଖି ଖୁବ ମନ ବହଲେଇ ନିଏ । ଏତେ ସବୁ କିଛି ସଂସାର ପରିବାର ବସେଇଲା ପରେ ବି ଏତେ ଶୂନ୍ୟତା ନିସଂଗତା ମୋତେ ଘେରି ରହିଛି କମସେ କମ ତୁମେ ଗଲା ଦିନ ଠୁ । ପିଲାମାନେ ବେଶ ଭଲରେ ଅଛନ୍ତି ।ଖୁବ ସୁଖ ଶାନ୍ତି ରେ । ତୁମେ ଯେମିତି ଚାହୁଁ ଥିଲ ସେମିତି ଭଗବାନ ତାଙ୍କୁ ରଖିଛନ୍ତି ।ମାତ୍ର ମୋ ସୁଖ ସବୁ ଲିଭି ଯାଇଛି ତମେ ଗଲା ଦିନ ଠୁ । ଏକୁଟିଆ ନିସଙ୍ଗ । ତମ ଝଗଡା,ତମ ପାଟିତୁଣ୍ଡ ମୋତେ ବିଲକୁଲ ଶୁଭୁ ନାହିଁ । ତମ ମୋ ଗୋଡରେ ହାତ ଆଉଁଶା ମନେ ପଡିଲେ ମୋତେ ଅତିରିକ୍ତ କଷ୍ଟ ଦେଉଛି ସବିତା ।ମୋତେ ତୁମେ ସାଙ୍ଗରେ ନେଇ ଯାଇ ଥିଲେ ଏକଷ୍ଟ ଭୋଗୀବାକୁ ପଡି ନଥାନ୍ତା । ପିଲା ମାନେ ଖୁବ ମୋ ଖବର ବୁଝନ୍ତି । ଭଲ ମନ୍ଦ ପଚାରନ୍ତି । କଣ କେବେ ମୁଁ ତାଙ୍କୁ କହି ପରିବିକି ତୁମ ବୋଉ ମୋର ମନେ ପଡୁଛି । ମନେ ମନେ ତୁମ ବୋଉ କୁ ଖୋଜୁଛି । ବୟସ ର ଏ ଶେଷ ପର୍ଯ୍ୟାୟ ରେ ମୋତେ ତୁମର ବହୁତ ଆବଶ୍ୟକ ଥିଲା । ତମେ ମୋ ସୁଖ ଦୁଃଖ ।ତମେ ମୋ ଜୀବନ । ମୋତେ ଖୁବ ବିବ୍ରତ ଲାଗୁଚି ଏକୁଟିଆ ଏ ବାରଣ୍ଡା ରେ ଚେୟାର ରେ ବସି ।ତମ କଥା ଭାବୁଛି । ଆହ୍ୟରାଣୀ ଘରୁ ବାହାରି ଗଲ । ମଶାଣି ର ଚିତା ରେ ଶୋଇଗଲ ।ଗଲାବେଳେ ଥରେ ବୁଲି ଚାହିଁଲନି ମୋତେ । ମୁଁ ପଥର ହେଇ ଛିଡା ହେଇଥିଲି ତୁମେ ଜଳୁଛି ଥିବା ମଶାଣି ପଡିଆ ରେ । ମୁଁ ବାସ ଅପେକ୍ଷା କରିଛି । କାଳେ ପୁଣି ସାକ୍ଷତ ହେଇ ଯାଇ ପାରେ । ମଲା ପରେ ........... ଅକ୍ଷୟ ଓଝା Akshayika The Smart Educare Convent School ,Gurgaon Haryana
Loading comments…