120Log inSign up

Sudeshna Misra

Literary Colonel
2Followers
2Following
1Works

ସୃଜନାତ୍ମକ ସର୍ଜନା ସହିତ ବଞ୍ଚିବାକୁ ଭଲପାଉଥିବା ସ୍ବାଧୀନଚେତା ମଣିଷଟିଏ ମୁଁ। କିଛିଟା ଆଦର୍ଶ ଓ ଶୃଙ୍ଖଳା ସହିତ ଚାହୁଁଥିଲି ପଞ୍ଜୁରୀ ମୁକ୍ତ ଜୀବନ, କିନ୍ତୁ ତାହା କ'ଣ ସମ୍ଭବ...ଜୀବନଧାରଣ ପାଇଁ ଅବଲମ୍ବନ କରିବାକୁ ତ ପଡ଼ିବ ଏକ ବୃତ୍ତି ଆଉ ନେବାକୁ ହେବ ସାମାଜିକ ଦାୟିତ୍ଵ। ମୋର ସଉକ, ଚିତ୍ରାଙ୍କନ, ହସ୍ତଶିଳ୍ପ, ସଙ୍ଗୀତାଭ୍ଯାସ ଆଉ ସମାଜିକ କାର୍ଯ୍ୟକ୍ରମ ଭିତରେ କେତେବେଳେ ହେଇଯାଇଥିଲି ଦୁରଦର୍ଶନର ଘୋଷିକା ଆଉ ଏକ ଛୋଟ ଇଁରାଜୀ ମାଧ୍ୟମ ବିଦ୍ୟାଳୟ ମୁଖ୍ଯ। ପରେ ପରେ ସ୍ବଳ୍ପ ଦିନ ପାଇଁ ଆଉଏକ ଟିଭି ଚ୍ୟାନେଲ ସହ ଯୁକ୍ତ। ତାହାର ପରବର୍ତ୍ତୀ ପର୍ଯ୍ୟାୟରେ ସାମାଜିକ କର୍ମକୁ ପେଷା ଭାବରେ ନେଇଥିଲି। ବ୍ଯକ୍ତି, ବିଶେଷ କରି ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ କାମ କରିବା ଥିଲା ମୂଖ୍ୟ। ପ୍ରାୟ କୋଡିଏ ବର୍ଷ ସେହି କର୍ମ ଭିତରେ ଅନେକ ଭ୍ରମଣ, ଲୋକଙ୍କ ସମସ୍ୟା ର ବୁଝାମଣା ଓ ସମାଧାନ ଦେଇଥିଲା ପ୍ରଚୁର ଅନୁଭୂତି । ଯାହା ଆଜି ମୋର ସାହିତ୍ୟ ରଚନାରେ ସହାୟକ।

Series by this author live in the series section.

Browse series