ସାହିତ୍ୟର ସ୍ଫୁଣ୍ଟନ ଘଟିଥାଏ, ତାହାର ପ୍ରତ୍ୟେକ ବାହ୍ୟ ପାରିପାରିଶ୍ୱିକ ଦୃଶ୍ୟ ରାଜିରୁ, ଯେମରି ଦୂରନ୍ତ ବ୍ୟାପି ନିଳିମ ଆକାଶର ଶୂନ୍ୟତାରୁ , ଉଚ୍ଚା ଉଚ୍ଚା ପର୍ବତରୁ , ଝରଣାର କଳକଳ ନାଦରୁ, ମତୁଆଲା ପବନରୁ, କୋଇଲିର କିମିଆ କୁହୁକରୁ, ବସନ୍ତର ଇଶାରରୁ, ବର୍ଷାର ରିମଝିମ ସ୍ୱରରୁ, ଖିଆଲି ମନର ଭାବନାରୁ, ନିଜର ଚତୁଃପାର୍ଶ୍ୱରେ ଯାହା ସବୁ ଦେଖିଥାଏ, ନିଜ ଅଙ୍ଗେ ନିଭା କଥା ସବୁକୁ ନିଅଣ୍ଟିଆ ସମୟ ଭିତରେ ଟିକେ ସମୟ ମିଳିଗଲେ କବି ମନଟିଏ ବାନ୍ଧିବାକୁ ଚାହୁଁଥାଏ ଶବ୍ଦରେ ଶବ୍ଦରେ । ଖିଆଲି ମନ ତାର ପ୍ରଜାପତି ପରି ଘୁରିବୁଲୁଥାଏ ବିଶ୍ୱ ବ୍ରହ୍ମାଣ୍ଡ ସାରା । ଖୋଜୁ ଥାଏ ଶବ୍ଦ ଆଉ ଶବ୍ଦ, କେତେବେଳେ ସମୁଦ୍ର ଗର୍ଭରୁ ସାଉଁଟୁ ଥାଏ ଶବ୍ଦ, ତ କେତେ ବେଳେ ସାଉଁଟୁ ଥାଏ ରାତ୍ରି ଆକାଶରୁ ଝିଲ୍ମିଲ୍ କରୁଥିବା ତାରାମେଳୁ, ଜହ୍ନର ଜୋତ୍ସ୍ନାରେ ଭିଜିଭିଜି ତୋଳୁଥାଏ ଶବ୍ଦ । ବାଛି ବାଛି ଶବ୍ଦ ସବୁ ନେଇ ଖଞ୍ଜୁଥାଏ ତାର ସେହି କାବ୍ୟ ନାୟିକା ଦେହରେ । ଯେମିତିକି ତାର କାବ୍ୟନାୟିକାର ରୂପକାନ୍ତି ଝଲସି ଉଠିବ । ଯିଏ ଥରେ ଦେଖିବ, ତାକୁ ଦେଖି ରହିଯିବ ଆଉ ସେ ହେବ ସବୁଠାରୁ ଅନନ୍ୟା । ଜଣେ କାରିଗର ଯେପରି ସଦାସର୍ବଦା ସଜାଗ ଥାଏ ତାର କାରିଗରୀ ପ୍ରତି l କବି ମନଟିଏ ବି କିଛି କମ୍ ନୁହେଁ ତା କବ୍ୟନାୟିକା ପ୍ରତି । ଶବ୍ଦାଳଙ୍କାରରେ ତା କାବ୍ୟ ନାୟିକାକୁ ଜୀବନ୍ତ କରୁଥାଏ, ରସ, ରୂପ, ଛନ୍ଦ ଦେଇ ।
No poems yet.