କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ନିର୍ବାଚନମଣ୍ଡଳୀର ଚାୟାଁପାଳ ଗ୍ରାମରେ ଜନ୍ମିତ ଶ୍ରୀ ଭବେଶ ଚନ୍ଦ୍ର କର ଏକାଧାରରେ ଜଣେ ଗଭେଷକ ଗାଳ୍ପିକ ,ପ୍ରାବନ୍ଧିକ ,କବି ଓ ସ୍ତମ୍ବକାରଭାବେ ସୁପରିଚିତ ।ତାଙ୍କ ବ୍ୟକ୍ତିତ୍ବର ଦୁଇ ସ୍ବର୍ଣାଭ ଦିଗନ୍ତ ହେଲା ବୃତ୍ତିରେ ଜଣେ ସମାଜସେବୀ ,କର୍ମକ୍ଷେତ୍ର କେନ୍ଦୁଝର ,ଅନୁଗୁଳ ଓ ସୁନ୍ଦରଗଡ ଜିଲ୍ଲାରେ କିର୍ତ୍ତୀ ନାମକ ଏକ ସ୍ବେଛାସେବୀ ସଂଗଠନ ସହ ଜଡିତ ରହି ଆଦିମ ଜନଜାତି ପାହୁଡି ଭୂୟାଁମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ କାର୍ଯ୍ୟରତ ଏବଂ ପ୍ରବୃତ୍ତିରେ ଓଡିଆ ଭାଷା ସାହିତ୍ୟର ଉଦାତ୍ତ ଉଦଘୋଷକ।ପାହୁଡୀ ଭୂୟାଁମାନଙ୍କର ଜୀବନଶୈଳୀ ,ପରମ୍ପରା ,ପାରମ୍ପରିକ କୃଷି ପଦ୍ଧତି ଓ ସଂସ୍କୃତିର ଉପସ୍ଥାପନରୁ ଆରମ୍ଭ ହୋଇଥିବା ତାଙ୍କର ସାରସ୍ବତ ଜିବନ ଗଳ୍ପ ଓ କବିତା ରଚନାରେ ବେଶ ସମୁଜ୍ଜଳ ।ଆମ ଭାଷା ସାହିତ୍ୟ ଆମର ଅସ୍ମିତା ତଥା ଆମ ଭାଷା ସାହିତ୍ୟ ଆମ ଜାତିର ପ୍ରାଣବହ୍ନୀ ବୋଲି ତାଙ୍କର ବିଚାର ।ତାଙ୍କର ବୋଉ ଶ୍ରୀମତୀ ବାସନ୍ତି କର ଓ ବଡଭଉଣି ଡଃ ବିଣାପାଣି କର ତାଙ୍କର ମାର୍ଗଦର୍ଶକ ବୋଲି ସେ କହନ୍ତି ।କର୍ମଭୂମି କେନ୍ଦୁଝରର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଯଥା ମିଳନୀ ,ସମ୍ବାଦ ସାହିତ୍ୟଘର ହରିଚନ୍ଦନପୁର ସହ ସେ ଜଡିତ ।l
Series by this author live in the series section.