StoryMirror - Read, Write, Share & Repeat
କବିତାRam Prasad Bisoi · 1 min read · 6.6K reads
ଉଦୂ ଉଦିଆ ଟାଣ ଖରା, ତା ସହ ଅଫିସ ବେଳ, ରଙ୍ଗୀନ ଶାଲବାର କମିଜ ଆଉ ହାଏ ! ମୋର ନାଲି ଓଢଣୀ, ଢାଙ୍କି ନେଲି , ମଥା ଉପରେ ଶୁଭମନାସି ପ୍ରାଣ ପ୍ରିୟତମ ନାମ । (୧)
ଆଖିର ଲୁହ ଆଖିରେ ଶୁଖାଇ ବୁକୁ ର କୋହ ଲୁଚାଇ ମନେ, ପହାଡ଼ି ଝରଣାଟିଏ , ବହି ଚାଲିଛି ଗୁଣୁଗୁଣାଇ କରି ସାଥୀ ନିଃସଙ୍ଗତା କୁ ଏକାକି ଲକ୍ଷ୍ୟ ଯେ ମୋର ରାଗ, ରସ,ଶୃଙ୍ଗାର ସାର ସାଗର ସଂଗମ । (୨)
ସବୁ ସଂସାରର ଧରାବନ୍ଧା ନିୟମ କାଳ ବୈଶାଖୀର ଦହନ , ପ୍ରେମପିପାସି , ଆଶ୍ରମବାସୀ ତାଙ୍କରି ସ୍ମୃତିକୁ ହୃଦୟେ ସାଇତି, ପିନ୍ଧି ତାଙ୍କ ନାମେ ସିଂଥିରେ ସିନ୍ଦୁର କାଟୁଛି ବିନିଦ୍ରିତ ସବୁରାତି , ସାଜି ତ୍ରେତୟାର ରାମାୟଣର ଉର୍ମିଳା , କେବେ ଆସିବେ ସେ ! କେଜାଣି , କେବେ କଟିଵ ଯେ ଏ ବନବାସ, ଦୂର ଦେଶାନ୍ତର ବାସିନି ଯେ ମୁଁ , ବିରହ ବେଦନା ବିଧାତାଙ୍କ ଯେ ଅବଦାନ, ଭାଗ୍ୟକୁ ଆଦରି ପଡି ରହିଛି ଅନ୍ତତଃ ତୁ ତ ଶୁଣ ମୋ ଅଭୂଷଣ, ନାଲି ଓଢଣୀ ମୋର ତତେ ସମର୍ପିଲି କରି ମୋ ହୃଦୟ ତାଙ୍କରି ଚରଣେ ଯେମିତି ଅକାରଣେ ଶାପଗ୍ରସ୍ତ ଅହଲ୍ୟା ଜପି ଚାଲିଥିଲେ କରି ତାଙ୍କ କାୟା ପଥର, ମାନସଜପ ଛଡା ନାହିଁ, ମୋ ଅନ୍ୟ ଉପାୟ, ଉଦ୍ଧାର କର ହେ ରାଜୀବଲୋଚନ, ଅନ୍ତଃହିନ ଅନ୍ଵେଶିତା ଶୁଖି ଯାଇଥିବା ଦୁଇ ନୟନ ସହ ପ୍ରତିକ୍ଷାରତ୍ତ ଯେ ଅଶୋକ ବାଟୀକାର ମୁଁ ସୀତା ତୁମର, ଅନ୍ତରେ ନେଇ ବିଶ୍ୱାସ ଓ ଆଶା ବଞ୍ଚି ଚାଲିଛି ,କାନ୍ଦି ଗଡୁଛି ହସୁଛି ଖାଲି କରି ଛଳନା ଭାବି ମନେ ଭଲପାଇବା ନୁହେଁତ ମୋର ପାପ , ଦେ ତୋ ଶୀତଳ ଛାୟା ଅନ୍ତତଃ ମୋ ସିଂଥି ର ସିନ୍ଦୁରକୁ ଆରେ ମଥା ଉପର ଟାଣ ଖରା,ଝାଳ ଆଉ ମୋର ନାଲି ଓଢଣୀ ।(୩)
ରାମ ପ୍ରସାଦ ବିଶୋଇ । ତା,୦୬-୦୫-୧୬ ସମୟ ସକାଳ-୧୧-୦୪ ମିନିଟ , ରାୟଗଡ୍ସ ।
Others- କବିତାRam Prasad Bisoi · 1 min read · 7.1K reads
ଝୁରୁଛି କାହ୍ନହା, ଝୁରୁଛି ରାଧା , ମଝିରେ କାନ୍ଦୁଛି ଯମୁନା । (କାଶ୍ୟପ)।
କହିବାକୁ କିଛି ନାହିଁ ମୋ ଅଧିକାର , ତମ ପାଇଁ,ନା ଆଙ୍କିବାକୁ କିଛି , ତମ ରକ୍ତିମ ଅଧରରେ ଅଲୌକିକ ମିଲନର ପ୍ରଥମ ସମ୍ଭାଷଣ । (୧)
ବଂଶୀର ସ୍ୱର ମଧୁ ଚନ୍ଦ୍ରିକାବୋଧେ ଆଉ ଲାଗୁନି ତମକୁ ଭଲ, ସାମ୍ୟନ୍ତକ ମଣି ଯେ ପାଉଛି ଶୋଭା ମକୁଟେ ସମୟର ତ ଏ ନିଷ୍ଠୁର ଖେଳ । (୨)
କୃଷ୍ଣ ମୋ ମନ ,କୃଷ୍ଣ ମୋ ଲୀଳା ସେପଟେ ଝୁରିଛି ରାଧା ଏପେଟେ ଝୁରୁଛି ତମକୁ କାହ୍ନହା ମଝିରେ କାନ୍ଦୁଛି ଯମୁନା, ବିରହ ବିରହି ଦୁହେଁ ଦୁହିଁଙ୍କ ପାଇଁ ତମ ସଖି ଲଳିତା ବି ତ ଆଜି ଆଉ ମନେ ପକାଉ ନାହିଁ, ସେ ଦିନ ସେ ବି ତ ଲୋଟୁଥିଲ ତୁମ ସହ,ମାଟି,ଧୂଳିରେ କରି ମୋ ପଶ୍ଚୟତଃ ଗମନ ଯେ ଦିନ ମୁଁ ଛାଡି ଥିଲି ବୃନ୍ଦାବନ । (୩)
କାହିଁ ଗଲା ସେ ରାଧା, କାହିଁ ଗଲା ସେ ଲଳିତା କାହିଁ ଗଲେ ସେ ଗୋପିକା, କାହିଁ ଗଲା ସେ ରାସ ରସ, ପ୍ରେମଭକ୍ତିର ପୂର୍ଣ ସମର୍ପଣଭାବ, ରାସ ପୂର୍ଣ୍ଣିମା ଆସର ବସନ୍ତରାସର ପୀୟୂଷଲହରୀ, ଝୁରୁଛି କାହ୍ନହା,, ଝୁରୁଛି ରାଧା , ମଝିରେ କାନ୍ଦୁଛି ଯୁମୁନା । (୪)
ରାମ ପ୍ରସାଦ ବିଶୋଇ । ରାୟଗଡା । ତା-୦୯-୦୫-୧୬ ସମୟ-ରାତ୍ର-୧୧-୪୫ ମିନିଟ । ଅକ୍ଷିତୃତୀୟା, ଭକ୍ତ କବି ଜୟଦେବ ଜୟନ୍ତୀ ।
Others

କବିତାKulamani Sarangi · 1 min read · 6.9K readsଦେଶ ସ୍ବାଧୀନତା ହେବା ପାଖାପାଖି ସତୁରିବର୍ଷ ହେଲାଣି, ସ୍ବାଧୀନତା କୋଉ ଗଛ ଫଳ ବୋଲି ମକୁନ୍ଦା ନପାରେ ଜାଣି। ଛୋଟଜାତି ପିଲା ବୋଲି କିଲାସରେ ଝୁଅ ଅଲଗା ବସୁଚି, ଆମ୍ବେଦକରଙ୍କ ବେକେ ଫୁଲମାଳ ସୁନ୍ଦର ଶୋଭା ପାଉଚି। ଗାଁ ପୋଖରୀରେ ଅଲଗା ତୁଠରେ ଗାଧାଏ ତିରିଲା ତାର, ଏଣେ ସରପଞ୍ଚ ଭାଷଣ ଝାଡୁଚି ଛୁଆଁଛୁତି ଦୂରକର। ଆରକ୍ଷଣ ଫାରକ୍ଷଣ ବଡ ବଡ କଥା କହାଶୁଣା ଖାଲି। ତେଲିଆ ମୁଣ୍ଡରେ ତେଲ ବୋଳାହୁଏ ତା ଝୋଲି ପଡିଚି ଖାଲି। ଦଶକୋଶ ଦୂରେ ଡାକତରଖାନା କାହାକୁ ଶୀତଳ କହ? ପୋଖତୀ ମାଇପି ପାଇଁ ସେଠାରେ ଯେ ବେବସ୍ଥା ସେ କିଛି ନୁହଁ। ଡାକ୍ତରଖାନାରେ ଡାକତର ନାହିଁ ଛୁଞ୍ଚି ଫୋଡୁଚି ବେହେରା, ସବୁ ରୋଗ ପାଇଁ ହଜିମୀ ଓଷଦ ପିଆଉଚି ସେ ବିଚରା। ପାଣି ଅଭାବରେ ଡହକ ବିକଳ କୁଅରେ ଡେଉଁଚି ତମ୍ପ, ବୋଝ ଉପରକୁ ନଳିତାବିଡା ଏ ସୂରୁଜ ଦେବତା କୋପ। ଚାଷ ପାଇଁ ରୃଣ ଦେଉଛନ୍ତି ବୋଲି ସରକାର କଲେ ହୁରି, ମୂଳ ଗଡୁଥାଏ ,ସୁଧ ସବୁବର୍ଷ ନେଉଥାନ୍ତି ବିଧାମାରି। ଚୋର ଖଣ୍ଟ ଯେତେ ଧରନ୍ତୁ ସର୍କାର କେଉଁଲାଭ ମକୁନ୍ଦାକୁ? ମାଲିଆ ଭାଇର ମାଲରୁ କିଛି ଦେବେକି ସର୍କାର ତାକୁ? ଚମତ୍କାର ହେବ ବୋଲି ଚାହିଁ ଚାହିଁ ଆଖିରୁ ମଲାଣି ପାଣି, ଭଲଦିନ କେବେଆସିବ ସେକଥା ମକୁନ୍ଦା ନପାରେ ଜାଣି। ଆଳୁ କିଲୋ ଥିଲା କାଲି ଦଶଟଙ୍କା ଏବେ ହେଲାଣି କୋଡିଏ, ତେଲ ନୁଣ ଭାଉ ଆଜି ତଳେ ଥାଉଁ କାଲିକି ଆକାଶ ଛୁଏଁ। ଏହା ଯେବେ ସ୍ବାଧୀନତା ପରାଧୀନ କାହାକୁ କହନ୍ତି କୁହ, ବଡ ମନଦୁଃଖେ ପଚାରେ ମକୁନ୍ଦା ଉତ୍ତରଟି ତାକୁ ଦିଅ।
Kulamani SarangiOthers- କବିତାKulamani Sarangi · 1 min read · 7K readsସଆନ୍ତହେ ! ତମେ ଘୋଷଯାତ୍ରାପାଇଁଭାଇ ଭଉଣୀକୁ ନେଇ,ଯାଉଅଛ ଏଣେ ସାଆନ୍ତାଣୀ ଘରେ.ଅଛନ୍ତି ମୁହଁ ଶୁଖେଇ।ତମ ଖନ୍ଦାଶାଳ କଥା ବୁଝି ବୁଝିତାଂକ ଅଣ୍ଟା ନଇଁଲାଣି,ପାର୍ଶ୍ବଦେବତାଙ୍କ ଅଳି ଅରଦଳିଶୁଣି ବଧିରା ହେଲେଣି।ଚାହିଁ ବସିଥିଲେ ବରଷକେ ଥରେତୁମସଂଗେ ଯିବାପାଇଁ,ମନ ଭାଙ୍ଗିଦେଲ ରୁଷୀବସିଛନ୍ତିମନାଅ ଟିକିଏ ଯାଇ।ତମପରି ଜଣେ ସାଆନ୍ତ ଏମନ୍ତକଲେ କେମନ୍ତ ହୋଇବ,ଅର୍ଧାଙ୍ଗିନୀ ମନ ବୁଝି ନପାରିଲେଜଗତ ନିନ୍ଦା କରିବ।କ'ଣବା ସରିଯାଇଥାନ୍ତା କିଛିଶଙ୍ଖା ଚୁଡି କିଣିଥାନ୍ତେ,ଭକତଙ୍କ ମେଳେ ହସି ହସିକିଛି ଆଶୀର୍ବାଦ ଢାଳିଥାନ୍ତେ।ମାନ ଏ ଭୃତ୍ୟର କଥା ହେ ସାଆନ୍ତେନିଅ ମାଆଙ୍କୁ ସାଙ୍ଗରେ,ଜଗତର ଲୋକେ ଚାହିଁ ବସିଛନ୍ତିତାଙ୍କ ଦର୍ଶନ ଆଶାରେ।ଇତି,ତୁମଭୃତ୍ୟକୁଳମଣି ଷଡଙ୍ଗୀOthers
- କବିତାHrusikesh Pahadi · 1 min read · 6.8K readsକବିତାOthers
- ନାରୀର ଅସ୍ମିତାPrasanna Kumar Das · 1 min read · 6.8K readsନାରୀର ଅସ୍ମିତାOthers
Loading…