StoryMirror - Read, Write, Share & Repeatବର୍ଷା
ବର୍ଷା Bhaskar Khanda · 1 min read · 14K readsକୁଆଁରୀର ମନ ଯେମିତି ଅନେକ ସ୍ୱପ୍ନ ସଜାଇ ଥାଏ, ତା ସ୍ୱପ୍ନର ରାଜକୁମାର ପାଖରେ ମନଟାକୁ ଉଜାଡି ଦେବାକୁ, ମେଘରାଣୀ ତାର କଳାବାଦଲର ଓଢଣୀ ଟାଣି ପ୍ରତୀକ୍ଷା ରତ, ସେଇ ଶୀତଳ ପରଶକୁ, ତା ସ୍ୱପ୍ନର ସାଇତି ରଖିଥିବା ବିନ୍ଦୁ ବିନ୍ଦୁ ପାଣି କୁ ଥରେ ଉଜାଡି ଦେବାକୁ।
ନବବଧୂର ଛାଡି ଦୁକୁ ଦୁକୁ କଲାପରି, ବିଜୁଳିର ଚମକରେ ମେଘରାଣୀର ଛାଡିରେ କମ୍ପାନ ଆସିଛି। ତା ଓଢଣୀ କୁ ସତେ କିଏ ଖୋଲି ଦେବକି?
ସେ ବର୍ଷା ପାଣିରେ ଚାତକର ଶୋଷ ମେଣ୍ଟିବ, ନବବଧୂ ତାର ନୂଆ ସଂସାର ଗଢିବା ପରି, ମେଘରାଣୀ ତାର ସେ ବର୍ଷା ପାଣିରେ କେତେ ନୂଆ ଆଶାର ସଂଚାର କରିବ।
ପ୍ରଥମ ବର୍ଷାର ପରଶ ପାଇକି ଧରିତ୍ରୀ ରାଣୀ ତାର ଶୋଷ ମେଣ୍ଟାଇବାକୁ ଯାଇ ଭୁରୁ ଶବ୍ଦ କରୁଛି, ଗାଆଁ ପଡିଆରେ ସେଇ ନାଲି ଟୁକୁ ଟୁକୁ ସାଧବ ବୋହୂ ବୁଲୁଛନ୍ତି ସତେ ଅବା ଧରିତ୍ରୀ ରାଣୀ ସେମାନଙ୍କୁ ତା କୋଳରେ ଖେଳାଉଛି।
ନବବଧୂର ସାଜ ସଜ୍ଜା ପରି, ଇନ୍ଦ୍ରଧନୁର ରଙ୍ଗରେ ରଙ୍ଗାୟିତ ହୋଇ ପ୍ରତୀକ୍ଷା ରତ ସେ ମେଘରାଣୀର ଓଢଣୀ କୁ ଇନ୍ଦ୍ରଦେବ ଖୋଲି ଦିଅନ୍ତେ, ମଧୁଝରା ହସ ପରି ମେଘରାଣୀ ବର୍ଷା ରୂପକ ପାଣି ବରଷୁ ଅଛି। ଏଇ କଳ୍ପନା ରେ ଆଧାରିତ କବିତା ବର୍ଷା।
ଭାସ୍କର ଚନ୍ଦ୍ର ଖଣ୍ଡା।Abstractପରଜାପତି
ପରଜାପତି Prasanna Kumar Madala · 1 min read · 6.6K readsପରଜାପତି
Abstractନିଦାଘ
ନିଦାଘJagannath Sahoo · 1 min read · 6.7K readsଗ୍ରୀଷ୍ମଋତୁର ବର୍ଣ୍ଣନାOthers- ଚିଲିକାର ସ୍ମୃତିRanjit Sahu · 1 min read · 190 readsକେବେ ଗୋପବନ୍ଧୁ କେବେ ରାଧାନାଥ,
ଦେଇଛନ୍ତି କେତେ ଲେଖକ ବୃତାନ୍ତ,
ଯୁଗ ଯୁଗ ଲାଗି ଯାହାର ବର୍ଣ୍ଣନା,Romance
- ଜଗନ୍ନାଥ ମହାବାହୁBijoy Jena · 1 min read · 468 readsଜଗନ୍ନାଥ ମହାବାହୁClassics
- ସ୍ଵପ୍ନରେ ଆସନିTapaswiniDash Sarangi · 1 min read · 193 readsଲେଖନୀ ସ୍ୟାହିରେ ବର୍ଣ୍ଣନା କରିବି
ପ୍ରେମର ଭାଷାକୁ ନେଇ
ତୁମେ ମାନ ନାହିଁ ମୋ ସପନେ ଆସୁଛAbstract
Loading…