Loading…
ଭରିଦିଅ ଏଠି ପ୍ରତି ପ୍ରାଣେ ପୁଲକ ବିଜୟର ଝଡ ତୋଫାନରେ ବିଶ୍ବ ବକ୍ଷର ସମସ୍ତ ଚଞ୍ଚଳତାକୁ କରିଦିଅ ସ୍ତବ୍ଧ , ଏଇ ହିଁ ସମୟ ଆଣିଛି ଡାକି ଏକାକି ତା'ର ଆହୁଲାରେ ଗୁଞ୍ଜରଣ ଶୁଣିବାକୁ ଜୟ ଭାରତ , ଜିନ୍ଦାବାଦ | ହୁଏତ ଏ ଚକ୍ରବ୍ଯୁହ… ଆଶଙ୍କାର ସପ୍ତରଥୀ ବସିଥିବେ ଜଗି , ନିର୍ଭୀକତା ହିଁ ତୁମର ପରିଚୟ ହେବ ଏକା ଅଭିମନ୍ଯୁ ଆଉ ଅର୍ଜୁନ ହେଲେ ବି | ଏଠି ତ ନଥିବେ ସେଇ ତ୍ରେତୟାର ଲୀଳାମୟ କୃଷ୍ଣ 'କର୍ମଣ୍ଯେ ବାଧିକାରସ୍ତୁ' ହେବ ଏକମାତ୍ର ଗୁରୁ , ଏହି ମହାମନ୍ତ୍ର ଘେନି ଫୋପାଡି ଅଳସ ବେଗେ ନିଜ ଅନ୍ତରରୁ |
Comments
Loading comments…