ନିଜ ଦେଶେ ରହି ବିଦେଶକୁ କରି ଆପଣାର ଇର୍ଷା କର ଦେଶର ଉନ୍ନତି ଦେଖି ରଚାଇ ଆତଙ୍କବାଦ ନଷ୍ଟ କରିଦିଅ ଶାନ୍ତିଧାମ ଜାତି ଧର୍ମର ତାସ ପାଲି ଖେଳି ତାଳି ମାରି ହସ ଯୁଦ୍ଧ ଶେଷେ । ବିଜୟର ଟୀକା ପିନ୍ଧିଲେ ଦେଶ କ୍ରିକେଟ ହେଉ ଅବା କେଉଁ କ୍ଷେତ୍ରେ ସହିପାରେନି ତୁମ ଛାତି ଭାଙ୍ଗିଦିଅ ଟେଲିଭିଜନର ପରଦାକୁ ପାଗଳଙ୍କ ଭଳି କରି ପ୍ରଳାପ ଦେହ ଅଛି ଏଠାରେ ତୁମର ଆତ୍ମା କିନ୍ତୁ ଆଉ କେଉଁଠି ସମର୍ଥକ ନ ହେଲ ନାହିଁ ହିଂସା ରକ୍ତପାତ କର ବାରମ୍ଵାର କାହିଁ । ଭଲ ଲାଗୁନି ଯଦି ଏଠାରେ ତୁମକୁ ଛାଡି ଚାଲିଯାଅ ବିଦେଶ ମାଟିକୁ ଅତ୍ୟାଚାର କରନି ମୋ ମାଟି ମାଆକୁ ପବିତ୍ର ଶାନ୍ତିଧାମେ ଲଗାଅନି ନିଆଁ ପୂର୍ଣ୍ଣ ସ୍ଵାଧୀନତା ମିଳିଯାଇଛି ବୋଲି ଛାଡିଯିବାକୁ ନୁହେଁ ମନ ସଦା ବିଦେଶୀ ନୀତି ଭାରି କଠୋର
Loading comments…